ନବରଙ୍ଗପୁର—(ମସିହା)ନବରଙ୍ଗପୁର ଚାଉରିଆ ଗୁଡ଼ା ବିଜେପି କାର୍ଯାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋଇ, ବିଜେପି ଟାଣୁଆ ନେତା ଗୌରୀ ମାଝୀ, ଦେବଦାଶ ମହାଙ୍କୁଡ, ଶର୍ମିଷ୍ଠା ଦେଓ, ଶୁଭମ ଚୌଧୁରୀ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ରହି ନବରଙ୍ଗପୁର କଲେଜ ର ୫0 ବର୍ଷ ପୂର୍ତ୍ତି ସ୍ଵର୍ଣ୍ଣଜୟନ୍ତୀ ପାଳନ କରାଯାଉଛି, କିନ୍ତୁ ଦୁଃଖ ର ବିଷୟ ଆଜି ପର୍ଯ୍ୟନ୍ତ କଲେଜ ର ନିଜସ୍ୱ ଜମିପଟା ନାହିଁ କି ଆଜିପଯ୍ୟନ୍ତ ରାଜ୍ୟ ସରକାର ଙ୍କ ଦୃଷ୍ଟି ପଡ଼ୁନାହିଁ ଏବଂ ବିଭିନ୍ନ କଲେଜ ସମସ୍ୟା ସମ୍ପର୍କ ରେ କହିବାସହ ଅସନ୍ତୋଶ ପ୍ରକାଶ କରିଥିଲେ ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ