କାମାକ୍ଷାନଗର (ମ ନି ସ)16/12/ କାମାକ୍ଷାନଗର ବଜାର ଦେଇ ଭାରୀଯାନ ଚଳାଚଳରେ କଟକଣା ଲଗାଇ ଥିଲେ ଢେଙ୍କାନାଳ ଜିଲ୍ଲାପାଳ, ହେଲେ ଜିଲ୍ଲାପାଳ ଙ୍କ କଟକଣା କୁ ଭାରୀଯାନ ଗାଡି ଚାଳକ ମାନେ ଫୁ କରୁଛନ୍ତି l କାମାକ୍ଷାନଗର ବଜାର ଦେଇ ଭାରିଯାନ ଚଳାଚଳ ଯୋଗୁ ବିଦ୍ୟାଳୟ କୁ ଯାଉଥିବା ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ ଙ୍କ ଯାତାୟାତରେ ସମସ୍ୟା ଉପୁଜୁଛି l ଧୁଆ ଧୂଳି ରେ ବଜାର ପ୍ରଦୂଷିତ ହେଉଛି l ଏହି ସମସ୍ୟା କୁ ବିଭିନ ସଂଗଠନ ପକ୍ଷରୁ ଭାରୀଯାନ ଯାତାୟାତରେ କଟକଣା ଦାବି ହୋଇ ଆସୁଥିଲା ଏହି ଦାବି ହେବା ପରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠି ସକାଳ ସାତ ଟାରୁ ରାତି ନ ଟା ପର୍ଯ୍ୟନ୍ତ ଭାରିଜାନ ଚଳାଚଳ ନେଇ ଚଳିତ ମାସ ଏକ ତାରିଖରୁ କଟକଣା ଜାରି କରିଥିଲେ ମଧ୍ୟ ଭାରିଯାନ ଚାଳକ ମାନେ ମାନୁ ନଥିବା ଦେଖିବାକୁ ମିଳିଛି l
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ