ନୂଆପଡା, / ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ରୌପ୍ୟ ଜୟନ୍ତୀ ପାଳନ ସମାରୋହ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମେଜର ଡକ୍ଟର ରାମଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ , ବିଶିଷ୍ଟ ଅତିଥି ଭାବରେ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ମଞ୍ଜୁରାଣୀ ଦାସ , ମୁଖ୍ୟବକ୍ତା ଭାବରେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ଫଣିନ୍ଦମ ଦେଓ , ସମ୍ମାନିତ ଅତିଥି ଭାବରେ ଶାନ୍ତି ଜୋନ ସଂଯୋଜକ ମଦନ ମୋହନ ଦାନୀ, ପରିଚାଳନା କମିଟି ଉପ ସଭାପତି ଶ୍ରୀବତ୍ସ ବାରିକ ଯୋଗଦାନ କରିଥିଲେ। ପରିଚାଳନା କମିଟି ସମ୍ପାଦିକା ସବିତା ବେହେରା ବିବରଣୀ ପଠନ କରିଥିଲେ। ପରିଚାଳନା କମିଟି ସଦସ୍ୟ ଗୌରାଙ୍ଗ କୁମାର ସାହୁ ସ୍ୱାଗତ ସମ୍ଭାଷଣ ଓ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷା କେନ୍ଦ୍ରର ଅଧ୍ଯକ୍ଷ ବେଣୁଧର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ପରିଚାଳନା କମିଟି ସଦସ୍ୟ ନବୀନ କିଶୋର ପାଢ଼ୀ ଙ୍କ ଅଧ୍ଯକ୍ଷତାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ରୌପ୍ୟ ଜୟନ୍ତୀ ସମାରୋହକୁ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ମଞ୍ଜୁରାଣୀ ଦାସ ଉଦଘାଟନ କରିଥିଲେ। ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ମୁଖ୍ୟ ଆୟକର କମିଶନର ଶ୍ରୀକାନ୍ତ ଚଟର୍ଜୀ , ବିଶିଷ୍ଟ ଅତିଥି ଭାବରେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ତରୁଣ କୁମାର ପ୍ରଧାନ , ସମ୍ମାନିତ ଅତିଥି ଭାବରେ ନବଜୀବନ ଶିକ୍ଷା ସଂସଦ ସଂଯୋଜକ ବ୍ରଜମୋହନ ବେହେରା , ପରିଚାଳନା କମିଟି ସଦସ୍ୟ ସତୀଶ କୁମାର ପଟ୍ଟନାୟକ ଯୋଗ ଦାନ କରିଥିଲେ। ଶିକ୍ଷାବିତ ଆଦିତ୍ୟ ନାରାୟଣ ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ପ୍ରାକ୍ତନ ଛାତ୍ରୀ ପୂଜା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷାକେନ୍ଦ୍ରର ସାଧିକା ସୁନୀତି ପୁରୋହିତ ଦୁର୍ଗା ସ୍ତୋତ୍ର ଗାନ କରିଥିଲେ। ପରେ ମଣ୍ଡଳ ସ୍ତରୀୟ ମହିଳା ପାଠଚକ୍ର ପରିଚାଳନା କମିଟି କୋଷାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ସଦସ୍ୟ ଅମୂଲ୍ୟ କୁମାର ସାହୁ , ଆଲୋଚିକା ଭାବେ ଅମଲାପାଲି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ ଓ ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ଅଭିଭାବିକା ମମତା ନାୟକ ଯୋଗ ଦେଇଥିଲେ। ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ଶିକ୍ଷିକା ମାଧୁରୀ ସାହୁ ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ପ୍ରାକ୍ତନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅପାଭାଇ ମାନଙ୍କ ସମ୍ମିଳନୀ ଶିକ୍ଷା କେନ୍ଦ୍ର ର ପ୍ରାକ୍ତନ ଶିକ୍ଷକ ମନମୋହନ ବୈଠାରୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ରୁଦ୍ରାକ୍ଷ ବିଶି , ବିଶିଷ୍ଟ ଅତିଥି ଭାବରେ ଶିକ୍ଷା କେନ୍ଦ୍ରର ପ୍ରାକ୍ତନ ଅଧ୍ଯକ୍ଷ ଅଭୟ ରଞ୍ଜନ ଦୀପ, ସମ୍ମାନିତ ଅତିଥି ଭାବରେ ଶିକ୍ଷକ ଦୁର୍ଗା ଚରଣ ପଣ୍ଡା ଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଯୋଗ ଦାନ କରିଥିଲେ । ଶିକ୍ଷକ ମୁକୁନ୍ଦ ପୁଟେଲ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟ କ୍ରମକୁ ପ୍ରାକ୍ତନ ଅଧ୍ଯକ୍ଷ ଅଭୟ ରଞ୍ଜନ ଦୀପ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀମନ୍ତ ହୋତା, ନରେଶ ହଟଉଆର୍, ବିନୟ ହଟଉଆର୍, ପ୍ରଦୀପ ଧିଣ୍ଡିଆ, ପ୍ଯାରୀଲାଲ ପଟେଲ, କୁଲମଣି ନିଆଲ,ରାଜେଶ୍ୱରୀ ନାଏକ,ସତ୍ୟ ରଞ୍ଜନ ପୁରୋହିତ, ସୁମିତ୍ରା ହଟଉଆର୍, ଗୋବର୍ଦ୍ଧନ ସାହୁ ପ୍ରମୁଖ ସହଯୋଗ କରିଥିଲେ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ