Uncategorizedବେଣୁଧର ସୂତାର ଙ୍କ କବିତା ଏସୃଷ୍ଟିର ଶିଳ୍ପୀ ତୁମେ by Sunil Chandra NayakDecember 18, 2022057 Share0 ଏସୃଷ୍ଟିର ଶିଳ୍ପୀ ତୁମେ // ବେଣୁଧର ସୂତାର // ନିଖିଳ ସୃଷ୍ଟିର ଦିବ୍ୟ ରୂପକାର ତୁମେ ଵିଶ୍ଵ କାରିଗର ତୁମ ସର୍ଜନାର ତୁମେହିଁ ମାଧୁର୍ଯ୍ୟ କୋଟି କଳ୍ପ କଳ୍ପାନ୍ତର ବର୍ଣ୍ଣିଳ ତୂଳୀର ବୈଭବ ସମ୍ଭାରେ ସୃଷ୍ଟି ଚିର ମନୋହର ।୦। ପ୍ରାଣବନ୍ତ ତୁମ ସୁନ୍ଦର ଶାଶ୍ବତ ସୃଷ୍ଟି ସୁଧା ଅନୁରାଗ ମଧୁର ସ୍ଵାକ୍ଷରେ ପରିପୂର୍ଣ୍ଣତାରେ ଅନୁପମ ଭାବାବେଗ ସକଳ ଆଶାର ଅରୁଣିମା ତୁମେ ଦିବ୍ୟ ଅମୃତର ଝର ତୁମ, ସୃଷ୍ଟି ଚିର ମନୋହର ..।୧। ସୁରମ୍ୟ ହସ୍ତର ଅମିୟ ପରଶ କୃପାମୟ ବରଦାନ ତୁମେ ଭରିଅଛ ଏମାୟା ମର୍ତ୍ତ୍ୟରେ ପ୍ରୀତିମୟ ସମ୍ମୋହନ ବୁହାଇ ଦେଇଛ ଧୂଳି ଧରଣୀରେ ଅଳକାନନ୍ଦାର ଧାର ତୁମ, ସୃଷ୍ଟି ଚିର ମନୋହର …।୨। ଏମଧୁ ଲଗନେ ତୁମ ଆବାହନେ ପୁଲକଇ ବିଶ୍ଵପ୍ରାଣ ବିଚିତ୍ର ଶିଳ୍ପୀ ହେ ଘେନ ହୃଦୟର ଭାବମୟ ସମର୍ପଣ ତୁମେ ସତ୍ୟ ଶିବ ସୁନ୍ଦର ଶାଶ୍ଵତ ବିଶ୍ଵରୂପ ନିରାକାର ତୁମ, ସୃଷ୍ଟି ଚିର ମନୋହର …।୩। କେଶଦୁରାପାଳ କେନ୍ଦୁଝର