ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ୍ଧା ପଡ଼ିଛି ସାଟିଫିକେଟ୍ , ଦୁଇ ବର୍ଷ ହେଲା ଉଚ୍ଚ ଶିକ୍ଷାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ରୀ ଲିଜା 

ବନ୍ଧା ପଡ଼ିଛି ସାଟିଫିକେଟ୍ । ଦୁଇ ବର୍ଷ ହେଲା ଉଚ୍ଚ ଶିକ୍ଷାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ରୀ ଲିଜା । ଅଧାରେ ରହିଗଲା ଏଏନଏମ ହେବାର ସ୍ବପ୍ନ । ବାରମ୍ବାର କଲେଜ କତ୍ତୃପକ୍ଷଙ୍କୁ ନେହୁରା ପରେ ମଧ୍ୟ ମିଳି ପାରୁନି ସାର୍ଟିଫିକେଟ୍ । ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଳା ଉମରକୋଟ ଅଂଚଳରେ । ଯେଉଁଠି ଜଣେ ଅସହାୟ ଦିବ୍ୟାଙ୍ଗ ଛାତ୍ରୀଙ୍କ ସମସ୍ତ ସାର୍ଟିଫିକେଟ୍ ବନ୍ଧକ ରଖିଛି ଏକ ଘରୋଇ ଶିକ୍ଷାନୁଷ୍ଠାନ ।

ହାତରେ ବହି ଏବଂ ଆଖିରେ ପାଠ ପଢି ଅନେକ କିଛି କରିବାର ସ୍ବପ୍ନ ନେଇ ଘରେ ଚିନ୍ତାରେ ଦିନ କାଟୁଥିବା ଏହି ଦିବ୍ୟାଙ୍ଗ ଛାତ୍ରୀ ଜଣକ ହେଉଛନ୍ତି ଝରିଗାଁ ବ୍ଲକ୍ କୋଦଭଟ୍ଟା ଡିଏନକେ ଗ୍ରାମର ସଞ୍ଜୟ ଗୋଲଦାରଙ୍କ ଏକମାତ୍ର କନ୍ୟା ଲିଜା ଗୋଲଦାର୍ । ଲିଜା ଜଣେ ଶାରୀରିକ ଭିନ୍ନକ୍ଷମ ହୋଇଥିବାରୁ ସେ ଅନ୍ୟ ଛାତ୍ରୀଙ୍କ ଭଳି ଉଚ୍ଚ ଶିକ୍ଷା ଲାଭ ପରେ ଲୋକଙ୍କ ସେବା କରିବା ସହ ନିଜ ଗୋଡରେ ଛିଡ଼ା ହେବାକୁ ସ୍ଥିର କରି ଝରିଗାଁ ବ୍ଲକ୍ ଧୋଡ୍ରା ସ୍ଥିତ ବି.ବି.ଛାଟୋଇ ନର୍ସିଂ କଲେଜରେ ୨୦୨୧-୨୨ ରେ ଏଏନଏମ ଶିକ୍ଷା ଲାଭ ପାଇଁ ନାମ ଲେଖାଇଥିଲେ । ନାମ ଲେଖାଇବା ସମୟରେ ଅଗ୍ରିମ ୨୫ ହଜାର ଟଙ୍କା ସହ ମାଟ୍ରିକ୍ ଏବଂ +୨ ର ସମସ୍ତ ସାର୍ଟିଫିକେଟ୍ କଲେଜ୍ କତ୍ତୃପକ୍ଷ ନେଇଥିଲେ । କିନ୍ତୁ ଲିଜାଙ୍କ ଶରୀର ଅନେକ ସମୟରେ ଅସୁସ୍ଥ ରହୁଥିବା କାରଣରୁ ସେ ସଠିକ୍ ସମୟରେ କଲେଜରେ ଉପସ୍ଥିତ ରହି ପାରିଲେ ନାହିଁ । ଦୀର୍ଘ ଦିନ ଅନୁପସ୍ଥିତ ରହିବା ପରେ କଲେଜକୁ ଯାଇଥିବା ଲିଜାଙ୍କୁ ଉକ୍ତ କଲେଜ କତ୍ତୃପକ୍ଷ ବହୁ ଟଙ୍କା ଦାବି କରିବାରୁ ଆର୍ଥିକ ଅନଗ୍ରସର ଥିବା ପରିବାର ସେ ଟଙ୍କା ନ ଦେଇ ପାରି ଘରକୁ ଫେରି ଆସିଥିଲେ । ପରେ ଅନ୍ୟତ୍ର +୩ ପାଠ ପଢିବାକୁ ସ୍ଥିର କରି ନିଜ ସମସ୍ତ ସାର୍ଟିଫିକେଟ୍ ପାଇଁ ଉକ୍ତ କଲେଜ କୁ ଯାଇଥିଲେ କିନ୍ତୁ କଲେଜ କତ୍ତୃପକ୍ଷ ଉକ୍ତ ଏଏନଏମ ଶିକ୍ଷାର ସମସ୍ତ ଚାରି ବର୍ଷର ଲକ୍ଷାଧିକ ଟଙ୍କା ଜମା ପରେ ହିଁ ସାର୍ଟିଫିକେଟ୍ ଦିଆଯିବ ବୋଲି କହିଥିବା ଅଭିଯୋଗ କରିଛନ୍ତି ଲିଜା ।

ସେପଟେ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ଅତି କଷ୍ଟରେ ଚାଲୁଥିବା ଲିଜା ଦିନେ ହେଲେ କଲେଜ ଯାଇ ନଥିବାବେଳେ ଏତେ ଗୁଡିଏ ଟଙ୍କା କିଭଳି କଲେଜ କତ୍ତୃପକ୍ଷ ଦାବି କରୁଛନ୍ତି ସେ ନେଇ ଲିଜାଙ୍କ ଗରିବ ପରିବାର ଚିନ୍ତାରେ ଥିବାବେଳେ ଶେଷରେ ନ୍ୟାୟ ପାଇଁ ଉମରକୋଟ ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଧିକାରୀ କୌଣସି ଆଖିଦୁସିଆ କାର୍ଯ୍ୟାନୁଷ୍ଠାନ ନେଉ ନଥିବା କହିବା ସହ ନିଜ ଦିବ୍ୟାଙ୍ଗ ଝିଅର ସାର୍ଟିଫିକେଟ୍ ଫେରି ପାଇବା ପାଇଁ ବାରମ୍ବାର କଲେଜ କତ୍ତୃପକ୍ଷଙ୍କୁ ଗୁହାରୀ ପରେ ମଧ୍ୟ ମିଳି ନଥିବା କହିଛନ୍ତି ବାପା ସଞ୍ଜୟ ଗୋଲଦାର । ଅନ୍ୟପଟେ ଲିଜାଙ୍କ ସାର୍ଟିଫିକେଟ୍ କୁ ବେନିୟମ ଭାବେ ରଖିଥିବା ଉକ୍ତ ଶିକ୍ଷାନୁଷ୍ଠାନ ସମ୍ପର୍କରେ ନବରଙ୍ଗପୁର ଉପ-ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରିଥିବା କହିବା ସହ ବେନିୟମ ଭାବେ ନିଜ ପାଖରେ ରଖିଥିବା ଛାତ୍ରୀଙ୍କ ସାର୍ଟିଫିକେଟ୍ ଗୁଡିକୁ ଆସନ୍ତା ୮ ଦିନ ମଧ୍ୟରେ ଲିଜାଙ୍କୁ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ

Related posts

ମୃତ୍ୟୁ କୁ ନିମନ୍ତ୍ରଣ କରୁଛି ଖୋଲା ବୋର ଓ୍ବେଲ

Sunil Chandra Nayak

ମହlଲିଙ୍ଗ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଗ୍ରାମ ସ୍ତରୀୟ ତାଲିମ ଶିବିର ଆୟୋଜିତ

masiha

ଗୃହରକ୍ଷୀମାନଙ୍କ ଭତ୍ତା ବଢ଼ିଲା..୯ ହଜାରରୁ ହେଲା ୧୨୨୮୦ ଟଙ୍କା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort