କନ୍ଧମାଳ / କନ୍ଧମାଳ ଜିଲ୍ଲା କୋଟଗଡ଼ ରେ ମାଓବାଦୀ ଙ୍କ ଲାଲ ତାଣ୍ଡବ l ପୋଲିସ ଇନଫର୍ମର ସନ୍ଦେହ ରେ ଜଣକୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ l ମୃତକ ଜଣକ କୋଟଗଡ଼ ଥାନା ବଣ୍ଡା ପିପିଲି ଅଂଚଳର ରମେଶ ନାୟକ ବୋଲି ଜଣାପଡିଛି l ଗତକାଲି ବିଳମ୍ବିତ ରାତିରେ ରମେଶ ଙ୍କୁ ଘରୁ ଉଠାଇ ନେଇଥିଲେ ସଶସ୍ତ୍ର ମାଓବାଦୀ । ଆଜି ନିକଟସ୍ତ ଜଙ୍ଗଲ ରେ ରମେଶ ଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା l ରମେଶ ଙ୍କ ଦୁର୍ନିତୀ ଗ୍ରସ୍ତ ଠିକାଦାର, କାଠ ମାଫିଆ, ଓ ପୋଲିସ ସହ ସମ୍ପର୍କ ଥିବା ଅଭିଯୋଗ l ରମେଶ ଙ୍କୁ ପୂର୍ବରୁ ମାଓବାଦୀ ମାନେ ଚେତାବନୀ ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଁଚିନଥିବା ଶୁଣିବାକୁ ମିଳିଛି l ପୂର୍ବରୁ ମଧ୍ୟ ଏହି ଗ୍ରାମ ର ଅନେକ ଙ୍କୁ ମାଓବାଦୀ ମାନେ ହତ୍ୟା କରିଛନ୍ତି l
next post