ଜଣାଣ
ମାନଗୋବିନ୍ଦ ସ୍ବାଇଁ
ହାତ ଥାଇ ସିନା କିଲାଭ ଅଛି ହେ
ସେ ଯଦି ସେବା ନ କଲ
କାନ ଯଦି ଥାଇ ଶ୍ରବଣ ନକଲ
ଭାଷା ମଧୁର ନ ଦେଲ।
ଗୁରୁ ଜନ ଥାଇ ସମ୍ମାନ ନକଲ
ଜ୍ଞାନ ଥାଇ ଲାଭ କଣ?
ଠାକୁର ଥାଇ ମୋ ପୂଜା କଲ ନାହିଁ
ଭକ୍ତିରେ କିସ ସମ୍ମାନ।
ଧୂପ ଦୀପ ଦେଇ ଚନ୍ଦନ ମଥାରେ
ପାଦୁକା ଯେ ନପାଇଲି
ତପ ଜପ ତୁଣ୍ଡେ ଯଦି ନ କହିଲି
ଜୀବନ କଷ୍ଟ ଭୋଗିଲି।
ଗୋଡ଼ ଥାଇ କି କାମ ମୋ ନକଲା
ଗୋଡ଼ର ମୂଲ୍ୟ ବା କ’ଣ?
କଣ୍ଠ ମୋ ଥାଇ କି ଗୀତ ନଗାଇଲା
କଣ୍ଠ ମୂଲ୍ୟ କି ପ୍ରମାଣ।
ମା ଡାକ ଶୁଣିଲେ ଯବାବ ନଦେଲ
ମା ଡାକ ରହେ କେଉଁଠି
ଭାଇ ଭାଇ ମିଶି ଏକାଠି ନହେଲ
ପ୍ରୀତି ନଥାଏ ସ୍ନେହ ଟି
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା