ଢେ଼ଙ୍କାନାଳ (ମ ସୀ ହା)୨୦/୧୨_ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତ ରେ ଗତ କାଲି ବିଳମ୍ବିତ ରାତ୍ରୀରେ ୪୦ଟିକିଆ ହାତୀ ପଲ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଧାନ ବିଲ ରେ ପ୍ରବେଶ କରି କଳିଙ୍ଗା ଗ୍ରାମ ର ଆକାଶ ପାଲ, ଭାସ୍କର ପାଢ଼ୀ, ସତ୍ୟ ମିଶ୍ର, ମୁରଲୀ ସର ଓ ଗୁଲିଗୁଣ୍ଡି ଗ୍ରାମ ର ବିରଞ୍ଚି ପାଳ ଙ୍କ ଧାନ ନଷ୍ଟ କରିବା ସହ ଧାନ ଗଦା ନଷ୍ଟ କରିଛନ୍ତି l ହିନ୍ଦୋଳ ରେ ଦିନ କୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି l ଫଳ ରେ ଚାଷୀ ଭାଇ ମାନେ ଚାଷ କରି ବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ବନ୍ୟଜନ୍ତୁ ଫସଲ ନଷ୍ଟ କରିବା ର ସହାୟତା ରାଶି ମିଳୁ ନ ଥିବାରୁ ଚାଷୀ ଅସନ୍ତୋଷ ବଢ଼ିଚାଲିଛି।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍