ବୌଦ୍ଧ :-19/12:- ( ହୃଦାନନ୍ଦ ମେହେର )- ବଲାଙ୍ଗୀର ଜିଲ୍ଲା ରାଣୀପୁର ଝରିଆଲ ସ୍ଥିତ ଚଉଷଠି ଯୋଗିନୀ ମନ୍ଦିର ପରିସରରେ କଣ୍ଟାବାଞ୍ଜିର ନିର୍ଝରିଣୀ ସାହିତ୍ୟ ସଂସଦର ଏକାଦଶ ବାର୍ଷିକ ଉତ୍ସବ ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ପୁରସ୍କୃତ କରାଯାଇଥିଲା l ମୁଖ୍ୟ ଅଥିତି ପଦ୍ମଶ୍ରୀ କୈଳାଶ ମେହେର ବରଗଡ଼, ମୁଖ୍ୟବକ୍ତା ନାଟ୍ୟକାର ଜଗଦାନନ୍ଦ ଝୁରିଆ ବଲାଙ୍ଗୀର, ସମ୍ମାନିତ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ତ୍ରିପାଠୀ ଟିଟିଲାଗଡ଼,ସଭାପତି ସତ୍ୟବ୍ରତ ମିଶ୍ରଙ୍କ ଦ୍ୱାରା ବୌଦ୍ଧର ଶିଶୁ ସାହିତ୍ୟିକ, ଲେଖକ, ସ୍ତମ୍ଭକାର ତଥା ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କୁ ମାନପତ୍ର ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା l ବିଶିଷ୍ଟ ଶିଶୁ ସାହିତ୍ୟିକ ଯୁଗଳ କିଶୋର ଷଡ଼ଙ୍ଗୀ, କାର୍ଯ୍ୟକ୍ରମ ସଂଯୋଜକ ଜ୍ୟୋତିପ୍ରକାଶ ଗଡତିଆ ଓ ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ କବିତାପାଠ ହୋଇଥିଲା l ପ୍ରାୟ ଏକ ଶହରୁ ଅଧିକ କବି ଓ କବୟତ୍ରୀ ନିଜ ନିଜର ସ୍ଵରଚିତ କବିତା ପାଠ କରିଥିଲେ l