ଭବାନୀପାଟଣା : ଆଜି ଭବାନୀପାଟଣା ସ୍ଥିତ କୁଶାଡୁଙ୍ଗରି ଯାହା ମ୍ୟୁନସିପାଲଟିର ୱାର୍ଡ ନଂ ୨ ରେ ରହିଛି ଏହି କୁଶାଡୁଙ୍ଗରି ଠାରେ ଏକ ଅତ୍ୟନ୍ତ ଜରୁରୀ କାଳୀନ ବୈଠକ ହୋଇଥିଲା । ଏହି ବୈଠକ ରେ ଡ଼. ଭବାନୀ ଶଙ୍କର ନିଆଲ ରାଜ୍ୟ ପରିଷଦ ସଦସ୍ୟ ଯୋଗଦାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାଇନିଙ୍ଗ କଳାହାଣ୍ଡି ସାଧାରଣ ସମ୍ପାଦକ ପ୍ରଦୀପ ଦାସ ଏବଂ କୁଶାଡୁଙ୍ଗରିର ବିଭିନ୍ନ ଲୋକେ ଏଠି ସାମିଲ ହୋଇଥିଲେ । ଉକ୍ତ ବୈଠକରେ କୁଶାଡୁଙ୍ଗରିର ବିଭିନ୍ନ ଗତ ସୂଚନା ଯୋଗ୍ୟ ଯେ, କୁଶାଡୁଙ୍ଗରି ୨୦୧୬ ଭବାନୀପାଟଣା ରେ ଯେତେବେଳେ ସହରକୁ ବିଭିନ୍ନ ସ୍ଲମସ ଏରିଆ ମାନଙ୍କୁ ଭଙ୍ଗାଯାଇ ଗୋଟେ ଜାଗାରେ ରଖାଯାଇଥିଲା । ସେ କ୍ରମ ଭିତରେ କୁଶାଡୁଙ୍ଗରି ଠାରେ କିଛି ୱାର୍ଡ ନଂ ୧,୨, ୩ ର ଲୋକ ମାନଙ୍କୁ ସେଠି ରଖାଗଲା ଏବଂ ୱାର୍ଡ ନଂ ୧୦,୧୧,୧୬,୧୭,୧୮ କୁ ଇଞ୍ଜିନିଅରିଙ୍ଗ କଲେଜ ସାମ୍ନାରେ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା କୁଶାଡୁଙ୍ଗରି ର ଲୋକେ ଯାହା ୱାର୍ଡ ନଂ ୨ ରେ ୧ହଜାର ଲୋକ ସଂଖ୍ୟା । ବର୍ତ୍ତମାନ ସେମାନେ ରହୁଛନ୍ତି ଯେଉଁ କୁଶାଡୁଙ୍ଗରି ଅଞ୍ଚଳ ଯାହା ଶ୍ରୀପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଅଟେ । ଏଣୁ ଦ୍ଵନ୍ଦରେ ଲୋକେ ରହୁଛନ୍ତି ସେମାନେ ୱାର୍ଡ ୨ ମ୍ୟୁନସିପାଲଟି ର ନା ଶ୍ରୀପୁର ଗ୍ରାମ ପଞ୍ଚାୟତର ଅଟନ୍ତି । ସୂଚନା ଯୋଗ୍ୟ ଯେ, ସେମାନେ ୱାର୍ଡ ନଂ ୨ ର ଭୋଟର ଯେହେତୁ ସେଠି ସେମାନେ ରହିବା ପାଇଁ ଚାହୁଁଛନ୍ତି । ଦୀର୍ଘଦିନର ପ୍ରଶାସନ ସେଠି ଯେତେବେଳେ ରଖିଥିଲେ, ସେ ସମୟରେ ଜିଲ୍ଲାପ୍ରଶାସନ ସମସ୍ତଙ୍କୁ କହିଥିଲେ ମାସେ ୨ ମାସ ଭିତରେ ତାଙ୍କର ଆନୁସଙ୍ଗିକ ସମସ୍ୟା ଏବଂ ବିଶେଷ କରିକି ଘର ଦିଆଯାଇ ରଖାଯିବ, ବିଜୁଲି ପାନୀୟ ସବୁ ବ୍ୟବସ୍ଥା କରାଯିବ । ଯଦିଓ ବିଜୁଳି ପାନୀୟର ଅସୁବିଧା କରାଗଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୨୦୦ ଲୋକଙ୍କର ଘର ନାହିଁ,ପଟ୍ଟା ନାହିଁ ଏବଂ ମ୍ୟୁନସିପାଲଟି ରେ ଅଛନ୍ତି ବୋଲି ବର୍ତ୍ତମାନ ସ୍ପଷ୍ଟୀକରଣ ନାହଁ । ଏ ବିଷୟ ଉପରେ ଗତ ଦିନ ମାନଙ୍କରେ ଜିଲ୍ଲା ପ୍ରଶାସନକୁ କୁଶାଡୁଙ୍ଗରିବାସୀ ଜଣାଇଛନ୍ତି । ନୂତନ କରି ନଗର ପାଳିକା ସଂଯୁକ୍ତା ବେହେରା ମଧ୍ୟ କୁଶାଡୁଙ୍ଗରିକୁ ପରିଦର୍ଶନ କରିଥିଲେ , ଅନ୍ୟାନ୍ୟ ଅଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କର ସମସ୍ୟାର ସମାଧାନ ୨୦୧୬ ରୁ ଏଯାଏଁ ହେଇ ପାରିନାହିଁ । ଏହି ସଭାରେ ଅତିଶୀଘ୍ର ଜିଲ୍ଲାପାଳ ଓ ନଗରପାଳିକାକୁ ସାକ୍ଷାତ କରି ଉପରୋକ୍ତ ବିଷୟକୁ ଧ୍ୟାନ ଆକର୍ଷଣ କରିବାକୁ କୁଶାଡୁଙ୍ଗରି ବାସୀ ଡ଼. ଭବାନୀ ଶଙ୍କର ନିଆଲଙ୍କୁ ନିବେଦନ କରିଥିଲେ । ଉକ୍ତ ସଭାରେ ପ୍ରଦୀପ ଦାସ, ତ୍ରିନାଥ ନାଏକ, ଶରତ ନାଏକ, ରତ୍ନାକର ସତାନାମୀ,ମୋଦି ତାଣ୍ଡି, କାମଦେବ ବାଗ, ପୁଷ୍ପା ନାଏକ, ଗୁଞ୍ଚେ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
previous post