ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ରୁଣିବସା ଗାଁର ଶ୍ରୀ ଜଗନ୍ନାଥ ଶିଶୁ ଶିକ୍ଷା କେନ୍ଦ୍ର ପକ୍ଷରୁ ଦୀର୍ଘ ୨୨ ବର୍ଷ ହେଲା ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ ଦିଆଯାଉଛି। ରୁଣିବସା ଗାଁର ଅବସର ପ୍ରାପ୍ତ ଶିକ୍ଷକ ବିଦ୍ୟା ସାଗର ବେହେରା ପ୍ରତିଦିନ ସକାଳ ୭ ଘଣ୍ଟାରୁ ୮ଘ .୩୦ମିନିଟ ଏବଂ ସନ୍ଧ୍ୟା ୫ ଘଣ୍ଟାରୁ ୬ଘ.୩୦ ମିନିଟ ଯାଏଁ ଗାଁର ଅବସର ପ୍ରାପ୍ତ ଶିକ୍ଷକ ବିଦ୍ୟା ସାଗର ବେହେରା ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି । ଏଥିସହ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଉପକରଣ ମଧ୍ୟ ବଣ୍ଟନ କରୁଛନ୍ତି। ଆଜି ଅବସର ପ୍ରାପ୍ତ ଶିକ୍ଷକ ବିଦ୍ୟା ସାଗର ବେହେରାଙ୍କ ନେତୃତ୍ବରେ ପୂର୍ବତନ ସରପଂଚ ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ଖଗେଶ୍ବର ତାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ବଣ୍ଟନ କରିଛନ୍ତି । ବିଦ୍ୟା ସାଗର ବେହେରାଙ୍କ ଏଭଳି ମହତ କାର୍ଯ୍ୟକୁ ସବୁ ମହଲରେ ବେଶ୍ ପ୍ରଶଂସା କରାଯାଇଛି ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ