ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜମଲୀପଡା ବାସୀଙ୍କ ଛତିଶଗଡରେ ମିଶିବା ଘଟଣା, ସାଂସଦ ଏବଂ ସରକାରୀ ଅଧିକାରୀଙ୍କ ଗସ୍ତ ଓ ସ୍ଥିତି ଅନୁଧ୍ୟାନ

ବିଜୁଳି ମୁଖ୍ୟ ସମସ୍ୟା, ୪୬ ଜନସଂଖ୍ୟା ବିଶିଷ୍ଟ ପଡାକୁ ରାଜସ୍ବ ଗ୍ରାମର ମାନ୍ୟତା ଦାବୀ

ଚନ୍ଦାହାଣ୍ଡି-୨୧/୧୨(ମ ନି ସ ), ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଝାଲିଆପଡା ଗ୍ରାମର ଜାମଲିପଡ଼ା ବାସୀଙ୍କ ମୌଳିକ ସମସ୍ୟା ରହିଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ତହସିଲଦାର ଜି. ରଶ୍ମିରେଖା, ପିଇଓ ଇଡି ଗୌଡ଼, ଜିଆରଏସ ମୁକେଶ ସାହୁ ପ୍ରମୁଖ ଗତ କାଲି ସ୍ଥିତି ଅନୁଧ୍ୟାନ କରିଥିଲେ l ସେହିପରି ଆଜି ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ ଜାମଲିପଡା ଗସ୍ତ କରି ପଡା ବାସୀଙ୍କ ସହ ତାଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l ପଡ଼ାରେ ବିଶେଷ କରି କୌଣସି ମୌଳିକ ସମସ୍ୟା ନଥିବା ବେଳେ ମୁଖ୍ୟତଃ କରେଣ୍ଟ ସମସ୍ୟା ଦୀର୍ଘଦିନରୁ ରହିଥିବା ପଡାର ମୁଖିଆ ମୋହନ ନାୟକଙ୍କ ସମେତ ପଡାର ମହିଳା ମାନେ ପ୍ରକାଶ କରିବା ସହ ଆମ ପଡ଼ାକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ସାଂସଦଙ୍କୁ ଦାବୀ ଜଣେଇଥିଲେ l ସାଂସଦ ଶ୍ରୀମାଝୀ ସପ୍ତାହ ମଧ୍ୟରେ ପଡାରେ ସର୍ଭେ ସହ କରେଣ୍ଟ ସଂଯୋଗ ହେବ ଏବଂ ରହିଥିବା ଲୋକଙ୍କ ସମସ୍ୟା ଖୁବ ଶୀଘ୍ର ଦୂର ହେବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ | ରାଜସ୍ୱ ଗ୍ରାମର ମାନ୍ୟତା ତାହା ସରକାରଙ୍କ ନିୟମ ଅନୁଯାୟୀ ହିଁ ହେବ ଏବଂ ତାର ପ୍ରସ୍ତାବ ପଠେଇବା ପାଇଁ ତହସିଲଦାର ଜି.ରଶ୍ମିରେଖା ସହିତ ସମସ୍ତଙ୍କ ଉପସ୍ଥିତିରେ କଥା ହୋଇଥିବା ଜଣାପଡିଛି l ଜାମଲିପଡାର ଜନସଂଖ୍ୟା ଶିଶୁ, ମହିଳା ଓ ପୁରୁଷ ସମେତ ମୋଟ ୪୬ ଜଣ ରହିଥିବା ବେଳେ ସରକାରୀ ତଥ୍ୟ ଅନୁସାରେ ପଡା ବାସୀଙ୍କୁ ସରକାରଙ୍କ ପକ୍ଷରୁ ୧୨ ଜଣଙ୍କୁ ରାସନ କାର୍ଡ ଓ ଜବ କାର୍ଡ ,୬ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ,୬ ଜଣଙ୍କୁ ପେନସନ,୫ ଜଣଙ୍କୁ କାଳିଆ ଯୋଜନା ସହାୟତା,୭ ଜଣଙ୍କୁ ମମତା ଯୋଜନା ଟଙ୍କା,୭ ଜଣଙ୍କୁ ଜମି ମରାମତି, ଜଣଙ୍କୁ ଗଭୀର କୂପ, ଜଣଙ୍କୁ ବହୁମୁଖୀ ପୋଖରୀ ମିଳିଥିବା ବେଳେ ପଡ଼ାରେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି,ଦୁଇଗୋଟି ବ୍ୟବହାର ଉପଯୋଗୀ ନଳକୂପ ରହିଛି | ଗତ ବର୍ଷ ପଡାକୁ ଯିବା ପାଇଁ ମୋନରେଗା ଯୋଜନାରେ ୫ ଲକ୍ଷ ଅଟକଳ ମୂଲ୍ୟର ରାସ୍ତା ଓ କଲଭଟ ନିର୍ମାଣ ସହ ଆମ ଗାଁ ଆମ ବିକାଶ ଯୋଜନାରେ ଯୁବ ଶକ୍ତି ବିକାଶ କେନ୍ଦ୍ର ୨ ଲକ୍ଷ ଅଟକଳ ମୂଲ୍ୟ ର ନିର୍ମାଣ କାର୍ଯ୍ୟ ହୋଇଥିବା ସହ ଉପରୋକ୍ତ ସୁବିଧା ଲୋକଙ୍କୁ ସରକାରୀ ଭାବେ ଯୋଗେଇ ଦିଆଯାଇଥିବା ପ୍ରଶାସନ ତରଫରୁ ସୂଚନା ମିଳିଛି l ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବେହେରାମୁଣ୍ଡା ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ସୋରି, ସମାଜସେବୀ ଗୌରହରି ନାୟକ, ଝାଲିଆପଡା ୱାର୍ଡ ସଭ୍ୟ ଘନଶ୍ୟାମ ଭୁଞ୍ଜିଆ, ପୁରୁନ୍ଧର ଖମାରି,ଚିତ୍ରସେନ ନାୟକ,ରାମଚନ୍ଦ୍ର ଗୌଡ଼,ପର୍ଶୁରାମ ନାୟକଙ୍କ ସମେତ ମୋହନ ନାୟକ, ସୁନ୍ଦର ନାୟକ ପ୍ରମୁଖଙ୍କ ସମତେ ଜାମଳିପଡ଼ା ବାସୀ ଓ ଝାଲିଆପଡା ଗ୍ରାମବାସୀ ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ପିକ୍ଅଫ୍ ଭ୍ଯାନରୁ ଓହ୍ଲେଇବା ବେଳେ ତଳେ ପଡି ବୃଦ୍ଧ ଗୁରୁତର 

Sunil Chandra Nayak

ଡାବୁଗାଁ ଥାନା ରେ ନୂତନ ଆଇଆଇସି ଙ୍କ ଯୋଗଦାନ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା -: ତତ୍ତ୍ଵରାଶି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort