ମୟୂରଭଞ୍ଜ ୨୧/୧୨/୨୨ (ମସିହା)ସରସ୍ବତୀ ଶିଶୁ ମନ୍ଦିର ଜାମଦା ତରଫରୁ ବନବିହାର କାର୍ଯ୍ୟକ୍ରମ ପବିତ୍ର ପାକଣାପାଟ୍ ର ନରସିଂହ ବାବାଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି |ଶିଶୁମନ୍ଦିରର ସମସ୍ତ ବିଦ୍ୟାର୍ଥୀ ତଥା ବିଦ୍ୟତ୍ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ |ବାବା ପାକଣାପାଟ୍ ପୀଠର ପୂଜାରୀ ବଡରାମ ସର୍ଦ୍ଦାର ଧୂପଦ୍ବୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମକୁ ଅନୁକୂଳ କରିଥିଲେ |ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ସଦସ୍ୟ ଲଳିତ ମୋହନ କବାଟ,ପୂର୍ବତନ ସମ୍ପାଦକ ଲକ୍ଷ୍ମଣ ଟୁଡୁଙ୍କ ଉପସ୍ଥିତିରେ ଦୁଇ ଗୋଟି ଚାରା ରୋପଣ କରାଯାଇଥିଲା |ପରେ ପରେ ଶିଶୁ ଭାଇ ଭଉଣୀମାନଙ୍କୁ ୪ଟି ଗ୍ରୁପ୍ ରେ ଭାଗ କରି ପାକଣା ପାହଡ଼ ଭ୍ରମଣ କରାଯାଇଥିଲା |ତା’ପରେ ଶିଶୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସାରି ଭୋଜନ କରିଥିଲେ |ପ୍ରଧାନ ଆଚାର୍ଯ୍ୟା ସସ୍ମିତା ଟୁଡୁ, ଦିବାପର୍ଯ୍ୟାୟ ପ୍ରମୁଖ କାଶୀନାଥ ଗୁରୁଜୀ,ରାଜେନ୍ଦ୍ର ମହାନ୍ତ ,ଯଶୋବନ୍ତ,ସୁଦର୍ଶନ,ଦୀପକ ଗୁରୁଜୀ , ରାନୋ ଗୁରୁମା,ପଲ୍ଲବୀ,ଲକ୍ଷ୍ମୀ,ଚନ୍ଦନ,ରେଖା ଗୁରୁମା,ଅଭିଭାବକ ପ୍ରଶ୍ନ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ |
previous post
next post