ନୂଆପଡା, / ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ହେଉଥିବା ୨୦ ତମ ସର୍ବ ଭାରତୀୟ କେ ସି ଏସ ଏ କ୍ରିକେଟ ସେମିଫିନଲ ଭୁବନେଶ୍ୱର ଓ ବିଳାଶପୁର ମଧ୍ୟରେ ହୋଇଥିବା ବେଳେ ରୋମାଞ୍ଚକର ମ୍ୟାଚରେ ଭୁବନେଶ୍ୱର ୪ ରନରେ ବିଜୟୀ ହୋଇଛି । ସେମିଫାଇନାଲ ମ୍ୟାଚ ଭୁବନେଶ୍ୱର ଓବିଳାଶପୁର ରେଳ ୱେ ମଧ୍ୟରେ ହୋଇଥିବା ବେଳେ ପ୍ରଥମେ ବ୍ୟାଟିଂଙ୍ଗ କରି ଚାରି ଉଇକେଟ ବିନିମୟରେ ୧୬୬ ରନ କରିଥିବା ବେଳେ ବିଳାଶପୁର ରେଳ ୱେ ୧୯. ୪ ଓଭେର ରେ ୧୬୨ ରନ କରି ୦୪ ରନରେ ପରାଜିତ ହୋଇଥିଲା । ଭୁବନେଶ୍ୱର ଟାଉନ ଦଳର ଗିରିଜା ମିଶ୍ର ୫୦ ବଲରେ ୭୫ ରନ ସଂଗ୍ରହ କରି ମେନ ଅଫ ଦ ମ୍ୟାଚ ହୋଇଥିଲେ । ଖେଳ ପରିଚାଳନା କରିଥିଲେ ଓ ସି ଏ ପେନାଲ ଏମ୍ପିଆର ପ୍ରତାପ ପାତ୍ର ଓ ଅନୀଲ ଦାସ । ଧାରା ବିବରଣୀ ପ୍ରଦାନ କରିଥିଲେ ବିଶ୍ଵଜିତ ପାଢ଼ୀ, ଆଶିଷ ତ୍ରିବେଦୀ, ଟୁନା ନାଏକ ଓ ସ୍କୋରର ଭାବରେ ଫେଜ ମହମ୍ମଦ କାର୍ଯ୍ୟ ସମ୍ପାଦନ କରିଥିଲେ । ବୁଧବାର ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବସ ସଙ୍ଘ ସଭାପତି ସୁଶାନ୍ତ ତାଣ୍ଡି, ଉପ ସଭାପତି ମୁନା ତାଣ୍ଡି, ବଣିକ ସଂଘ ସଭାପତି ରଶ୍ମିରଞ୍ଜନ ଚଳାନ, ସମ୍ପାଦକ ରିଙ୍କୁ ସିଂ । କେ ସି ଏସ ଏ ଆୟୋଜନ କମିଟିର ସମ୍ପାଦକ ସନ୍ତୋଷ ପଟ୍ଟନାୟକ, ସଦସ୍ୟ ଟୁନା ନାଏକ, ଗୁଡୁ ପାଣିଗ୍ରାହୀ, ଅମିତାଭ ପଟେଲ, ନେତ୍ରାନନ୍ଦ ଶବର, ଶ୍ୟାମ ସୁନ୍ଦର ନାଗ, ସରୋଜ ପଣ୍ଡା, ସୁବୁ ଭୋଇ, ବିନୋଦ ଦୁରିଆ, ହରିହର ସାହୁ, ନନ୍ଦୁ ସାହୁ, ଅକ୍ଷ ପାଢ଼ୀ, ନିତିନ ପଟ୍ଟନାୟକ, ଫିରୋଜ ଖାନ, ଆଦିତ୍ୟ ମହାପାତ୍ର, ସୁରେନ୍ଦ୍ର କୁମାର ସେମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ