କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣା କାର୍ଯ୍ୟାଳୟ ଠାରେ ଭବାନିପାଟଣା ଓ ଧର୍ମଗଡ ମଞ୍ଚ ପରିଚାଳନା ଓ ସାଂସ୍କୃତିକ ଉପକମିଟିର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆସନ୍ତା ୧୪ ତାରିଖ ରୁ ୧୭ ତାରିଖ ଯାଏଁ ହେବାକୁ ଥିବା ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ପରିପ୍ରେକ୍ଷିରେ ଜାତୀୟ ଓ ରାଜ୍ୟ ସ୍ତରିୟ ବିଭିନ୍ନ ସାଂସ୍କୃତିକ ଦଳ କିପରି ଭାବେ ଉଭୟ ମଞ୍ଚରେ ପରିବେଷଣ କରିବେ ତା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଭବାନୀପାଟଣା କୁ ପରିବେଷଣ ପାଇଁ ଆସୁଥିବା ସାଂସ୍କୃତିକ ଦଳ ଧର୍ମଗଡ଼ ମଞ୍ଚରେ ମଧ୍ଯ ପରିବେଷଣ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ। ଏହା ବ୍ୟତୀତ ଉତ୍ସବ ପାଳନ ପାଇଁ ଆମନ୍ତ୍ରିତ ଅତିଥି ଉଭୟ ମଞ୍ଚରେ କେଉଁ କେଉଁ ଦିନ ଉପସ୍ଥିତ ରହିବେ ତାହାର ସମୟ ସାରଣୀ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରି ଅର୍ପିତା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉକ୍ତ ମିଳିତ ବୈଠକ ରେ ସିଡିଓ /ଇଓ, ଜିଲ୍ଲା ପରିଷଦ କଳାହାଣ୍ଡି ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୂଷଣ, ସହ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକ,ଭବାନୀପାଟଣା ସାଂସ୍କୃତିକ ଉପକମିଟିର ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା, ଆବାହକ ସଞ୍ଜୀବ କୁମାର ସିଂ ଓ ସଭ୍ୟ ପ୍ରଦୀପ କୁମାର ସିଂ ଯୋଗଦେଇଥିବା ବେଳେ ଧର୍ମଗଡ ମଞ୍ଚ ପରିଚାଳନା ଓ ସାଂସ୍କୃତିକ ଉପକମିଟିର ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର, ସଭ୍ୟ ସଞ୍ଜୀବ କୁମାର ମୁଣ୍ଡ ଓ କୋର୍ କମିଟି ସଭ୍ୟ ତଥା ପ୍ରଣାମ କଳାହାଣ୍ଡିର ଉପ କମିଟିର ଅଧ୍ୟକ୍ଷ ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
previous post