ଚନ୍ଦାହାଣ୍ଡି(ମନି ସ) ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ ଡାକରା ରେ ଓଡିଶା ର ୩୧୭ ଗୋଟି ତାହସିଲ ଶାଖା ପକ୍ଷରୁ ଆକାଉଣ୍ଟସ ପରୀକ୍ଷା କୁ ନେଇ ଥିବା ଅଦରକାରୀ ନିୟମ କୁ ରଦ୍ଦ କରିବା ନେଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ତା ୨୬.୦୮.୨୦୨୨ ରିଖ ରାଜସ୍ୱ ସହାୟକ ଙ୍କ ପାଇଁ ଉଦ୍ଧିଷ୍ଟ ଆକାଉଣ୍ଟସ ପରୀକ୍ଷା ରାଜସ୍ୱ ନିରୀକ୍ଷକ ଏବଂ ରାଜସ୍ୱ ପରିଦର୍ଶକ ମାନେ ନ ଦେବା ବିଷୟ ଉଲ୍ଲେଖ କରାଯାଇ, ସଚିବ, ବୋର୍ଡ ଅଫ ରେଭିନ୍ୟୁ ଏକ ପତ୍ର ନିର୍ଗମ କରାଯାଇଥିଲା। ଯେହେତୁ ରାଜସ୍ୱ ନିରୀକ୍ଷକ ଙ୍କ ନିମନ୍ତେ ୫୫ ଦିନ ପ୍ରଶିକ୍ଷଣ ଏବଂ ୫ ଗୋଟି ପେପର ପରୀକ୍ଷା ଦେବା ର ପ୍ରାବଧାନ ରହି ଅଛି, ଏହା ସତ୍ୱେ ଦୀର୍ଘ୨୩ ବର୍ଷ ବ୍ୟବଧାନ ରେ, ସଚିବ, ବୋର୍ଡ ଅଫ ରେଭିନ୍ୟୁ ଙ୍କ ଦ୍ଵାରା ଏଭଳି ଅନାବଶ୍ୟକ ପତ୍ର ନିର୍ଗମନ, ଓଡ଼ିଶାର ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ବ ରାଜସ୍ୱ କ୍ଷେତ୍ର ଅଧିକାରୀ ମାନଙ୍କ ମନ ରେ ଗଭୀର ଅସନ୍ତୋଷ ଏବଂ ପ୍ରଶ୍ନବାଚି ସୃଷ୍ଟି କରିଥିଲା। ପ୍ରକାଶ ଥାଉ କି ଯେ ନିର୍ଗମିତ ପତ୍ର ରେ ଉଲ୍ଲେଖ କରାଯାଇଥିବା ନିୟମ, ଓଡ଼ିଶା ସରକାର ଙ୍କ OMS ନିୟମ ୧୯୬୩ ର ମୂଳ ନିୟମ ୨୯ ର ଖିଲାପ ଅଟେ। ଉକ୍ତ ଆକାଉଣ୍ଟସ ପରୀକ୍ଷା ନିମନ୍ତେ ନିର୍ଗମିତ ପତ୍ର ଆଗାମୀ ଦିନ ରେ ରାଜସ୍ବ କ୍ଷେତ୍ର ଅଧିକାରୀ ମନଙ୍କ ପଦୋନ୍ନତି, ଇଂକ୍ରିମେଣ୍ଟ ଓ ଅନ୍ୟାନ୍ୟ ସରକାରୀ ସୁବିଧା ରୁ ବାଧକ ହେବ, ଏହା କୁ ଧ୍ୟାନ ରେ ରଖି ରାଜ୍ୟ ସଙ୍ଘ ର କର୍ମକର୍ତ୍ତା ମନେ ଗତ ୨.୧୨.୨୦୨୨ ରିଖ ରେ ସମ୍ମାନୀୟ, ମେମ୍ବର, ବୋର୍ଡ ଅଫ ରେଭିନ୍ୟୁ, କଟକ ଙ୍କ ସହ ସାକ୍ଷାତ କରିଥିଲେ। ଅଦ୍ୟାବଧି ତାହାର କୌଣସି ସୁଫଳ ନମିଳିବାରୁ, ରାଜ୍ୟ ସଙ୍ଘ ର ଡାକରା ରେ ଓଡ଼ିଶାର ୩୧୭ ଗୋଟି ତହସିଲ କାର୍ଯ୍ୟାଳୟ ରୁ ଉକ୍ତ ଅନାବଶ୍ୟକ ନିୟମ କୁ ତୁରନ୍ତ ରଦ୍ଦ କରିବା ନିମନ୍ତେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ସ୍ମାରକପତ୍ର ପ୍ରଦାନ କରିବା ସମୟରେ ରେ ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟ ର ରାଜସ୍ୱ ପରିଦର୍ଶକ ଦୟାନିଧି ଜାନୀ, ତହସିଲ ର ସମସ୍ତ ରାଜସ୍ବ ନିରୀକ୍ଷକ, ଶ୍ରୀ ଵୁଲୁ ପ୍ରଧାନ, , ଶ୍ରୀମତି ମନିଷା ଦଣ୍ଡ ସେନା, ଶ୍ରୀ ଗଣପତି ମାଳୀ, ଶ୍ରୀ ସୁଜିତ କାହାଳିଆ , ଶ୍ରୀ ରୂପେନ୍ଦ୍ର ନାଗେଶ, ଶ୍ରୀ ସୁଵ୍ରତ ମିସ୍ତ୍ରୀ ପଦଲାମ ନାୟକ, ଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।