ତେନ୍ତୁଳିଖୁଣ୍ଟି ୨୧/୧୨/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଇନ୍ଦ୍ରାବତୀ ସମେତ ଚାରିଟି ନଦୀ ସ୍ରୋତ କୁ ଅଟକାଇ ବନ୍ଧ ବାନ୍ଧିବାକୁ ବିସ୍ଥାପିତ ହେଲେ କଳାହାଣ୍ଡି, ରାୟଗଡା,ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ର ପ୍ରାୟ 6 ହଜାର ରୁ ଉର୍ଦ୍ଧ୍ବ ପରିବାର। ତିନିଟି ପର୍ଯ୍ୟାୟ ରେ ସିନା ବିସ୍ଥାପିତ ହେଲେ ତତ୍କାଳୀନ ବିସ୍ଥାପନ ପ୍ୟାକେଜ ରେ। ବିସ୍ଥାପନ ବେଳେ କିଛି ବିସ୍ଥାପିତ ଙ୍କ କିଛି କିଛି ଅର୍ଥ ବ୍ୟାଙ୍କ ମାନଙ୍କ ରେ କୌଣସି କାରଣ ରୁ ରହି ଯାଇଥିଲା। ଉକ୍ତ ବକେୟା ଅର୍ଥ ଉଠାଇବା ବ୍ୟବସ୍ଥା କରିବା କୁ ବୁଡି ଅଞ୍ଚଳ ଗଣ ପରିଷଦ ଦାବୀ କରି ଆସୁଛି। ସେହି ଦାବୀ ମୁତାବକ ପୁନର୍ବାର ଓ ଥଇଥାନ ବିଭାଗ ଦାୟିତ୍ୱରେ ଥିବା ତେନ୍ତୁଲିଖୁଣ୍ଟି ତହସିଲଦାର ପ୍ରଦୀପ କର ଙ୍କ ଉଦ୍ୟମ ରେ ଆଜି ତେନ୍ତୁଳିଖୁଣ୍ଟି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରେ ଦୁଇଜଣ ବିସ୍ଥାପିତ ଙ୍କୁ ସେମାନଙ୍କ ବକେୟା ଅର୍ଥ ପ୍ରଦାନ କରାଯାଇଛି। ବର୍ତ୍ତମାନ ଝରିଗାଁ ରେ ବାସ କରୁଥିବା ଡମାଇ କନ୍ଧ(60)ଯେ କି ସେତେବେଳେ କନ୍ଧ ବାଡିଗୁଡ଼ାରେ ବାସ କରୁଥିଲେ ,ତାଙ୍କୁ ତାଙ୍କର ବକେୟା 58269 ଅଠବନ ହଜାର ଦୁଇଶହ ଅଣସ୍ତରୀ ଟଙ୍କା ପ୍ରଦାନ କରାଯାଇଛି। ସେହିଭଲି ମରିଚମଣି ବେୱା ସେତେବେଳେ ଉପର ନାଗି ରେ ଅବସ୍ଥାନ କରୁଥିଲେ ଏବେ ତଳ ନାଗି ରେ ଅବସ୍ଥାନ କରୁଛନ୍ତି ତାଙ୍କୁ 50769 ପଚାଶ ହଜାର ସାତ ଶହ ଅଣସ୍ତରୀ ଟଙ୍କା ପ୍ରଦାନ କରାଯାଇଛି। ସେମାନଙ୍କ ଅର୍ଥ ଉତ୍କଳ ଗ୍ରାମ୍ୟବ୍ୟାଙ୍କ ରେ ରହିଯାଇଥିଲା। ଏଭଳି ଆହୁରି 200 ରୁ 250 ଜଣ ବକେୟା ଅର୍ଥ ପାଇବାର ଥିବା କହିଛନ୍ତି ବୁଡି ଅଞ୍ଚଳ ଗଣ ପରିଷଦ ସମ୍ପାଦକ ସୁଧୀର ସୁନା । ସମ୍ପାଦକ ସୁନା ଓ ତହସିଲଦାର କର ଙ୍କ ଉଦ୍ୟମରୁ ଏହି ଅର୍ଥ ପାଇ ପାରିଲେ ବିସ୍ଥାପିତ। ଧୀରେ ଧୀରେ ଅନ୍ୟମାନଙ୍କ ଅର୍ଥ ଫେରି ପାଇବା ପ୍ରୟାସ କରା ଯାଉଥିବା ସୂଚନା ଦେଇଛନ୍ତି ତହସିଲଦାର କର। ଆଜିର ଏହି କାର୍ଯ୍ୟକ୍ରମ ରେ ରାଜସ୍ୱ ନିରୀକ୍ଷକ ସନ୍ତୋଷ ଗରଡ଼ା, ପୁନର୍ବାସ ଥଇଥାନ ବିଭାଗର କର୍ମଚାରୀ ବି ବି ପ୍ରଧାନ ତହସିଲ କାର୍ଯ୍ୟାଳୟ ର କର୍ମଚାରୀ ଉପସ୍ଥିତ ଥିଲେ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି