ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜୟପାଟଣାର ୩୬ତମ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଅବସରରେ ବିଦ୍ୟାଳୟ ସ୍ତରୀୟ ଖେଳ କୁଦ ଗୀତ ନୃତ୍ୟ ଇତ୍ୟାଦି ପ୍ରତିଯୋଗିତା ଆୟୋଜନ ହୋଇଥିଲା । ସାନ୍ଧ୍ୟ ଅଧିବେଶନରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ସମ୍ମାନୀତ ଅତିଥି ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥବିର ବାଗ,ମୁଖ୍ୟ ବକ୍ତା ଦୀକ୍ଷା ପତ୍ରିକା ସମ୍ପାଦିକା ସୁନିତୀ ମୁଣ୍ଡ ,ବିଦ୍ୟାଳୟର ସଭାପତି ସୁବାସ ଚନ୍ଦ୍ର ମୁଣ୍ଡ,ସମ୍ପାଦକ ଦିବାକର ପଟ୍ଟନାୟକ ତଥା ଉପସଭାପତି ଶିକ୍ଷାବିତ ମିନା ମୁଣ୍ଡ ପ୍ରମୁଖ ମଞ୍ଚାସିନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ବିଦ୍ୟାଳୟର କୁନିକୁନି କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ଓ ଅଭିନୟରେ ଉପସ୍ଥିତ ଅଭିଭାବକ ମାନଙ୍କର ହୃଦୟ ଜିଣିଥିଲେ ।