ଗୋଲାମୁଣ୍ଡା ବ୍ଳକ ସଭା ଗୃହରେ ଆଜି ମିଶନ ଶକ୍ତି ଋଣ ମେଳା ଆୟୋଜିତ ହୋଇଥିଲା। ଏଥିରେ ଗୋଲାମୁଣ୍ଡା ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ବିଡ଼ିଓ ଶ୍ରୀଧର ପଣ୍ଡା,ମିଶନ ଶକ୍ତି ପ୍ରୋଜେକ୍ଟ ମ୍ୟାନେଜର ସୁଧାଂଶୁ ଶେଖର ବିଶ୍ୱାଳ, ବ୍ଲକ ଜୀବିକା ସଂଯୋଜକ ଅଜୟ ମାଝୀ, ଯାଦୁ ନନ୍ଦନ ମେହେର ,ସିଡିପିଓ ପ୍ରେମଲତା ସାହୁ ,ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ ରାଉତ, ସୁପରଭାଇଜର ଯଶୋବନ୍ତି ନାଏକ, ଅଲିଭା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ର 6 ଗୋଟି ବ୍ୟାଙ୍କ ରୁ ବ୍ୟାଙ୍କ ମ୍ୟାନେଜର ଉପସ୍ଥିତ ରହି 50 ରୁ ଉର୍ଦ୍ଧ୍ବ ମହିଳା ସ୍ଵୟଂସହାୟକ ଗୋଷ୍ଠୀକୁ ୠଣ ପ୍ରଦାନ କରିଥିଲେ। ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ସ୍ୱାବଲମ୍ବୀ ହେବା ସହ ସ୍ୱାଭିମାନ ଭାବେ ସମାଜରେ ପ୍ରତିଷ୍ଠିତ ହେବାକୁ ଏହା ଏକ ଉଦ୍ୟମ ହୋଇଥିବା ବେଳେ ଏହାର ଫାଇଦା ନିଶ୍ଚିତ ଭାବେ ମହିଳା ଙ୍କୁ ସଶକ୍ତି କରି ପାରିବ ବୋଲି ମୁଖ୍ୟ ଅତିଥି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନିଜ ଅଭିଭାଷଣ ରଖିଥିଲେ।
ଢଗ ନାଏକ ଙ୍କ ରିପୋର୍ଟ