କାମାକ୍ଷାନଗର (ମ ନି ସ)୨୧/୧୨/ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ରେ ଥିବା ୨ଟି ବିଧାନସଭା ର ସମସ୍ତ ମଣ୍ଡି ଖୋଲିବା ସମ୍ବନ୍ଧେ ଆଜି କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କୁ ବିଜେପି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଭୂତି ପ୍ରଧାନ ଓ ଶତ୍ରୁଘ୍ନ ଜେନା ଙ୍କ ନେତୃତ୍ୱ ରେ ଆଜି ବିଜେପି ର ଏକ ଟିମ ଏହି ଦାବି ପତ୍ର ଦେଇଛନ୍ତି |ସେମାନଙ୍କ ଅଭିଯୋଗ ଗୁଡିକ ହେଲା ଧାନ ସଂଗ୍ରହ ପାଇଁ ଡିସେମ୍ବର ୧ ରେ ଧାନ ମଣ୍ଡି ଖୋଲିବା ର ସରକାରୀ ବ୍ୟବସ୍ଥା ଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ଜିଲ୍ଲା ରେ ଧାନ ମଣ୍ଡି ଖୋଲା ଯାଇ ନାହିଂ|ଯେଉଁଥିପାଇଁ ଦଲାଲ ମାନଂକୁ ଚାଷୀମାନେ ବହୁ କଷ୍ଟରେ ଉତ୍ପାଦନ କରିଥିବା ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି |ଏହାଦ୍ୱାରା ଚାଷୀ ମାନଂକୁ ତାଙ୍କ ନାର୍ଯ୍ୟ ହକ ରୁ ବଂଚିତ କରାଯାଉଛି |ତେଣୁ ସେମାନେ ଆର୍ଥିକ ଶୋଷଣ ର ଶିକାର ହେଉଛନ୍ତି |ତେଣୁ ଅବିଳମ୍ବେ ଜିଲ୍ଲାରେ ଧାନ ମଣ୍ଡି ଖୋଲିବା ର ବ୍ୟବସ୍ଥା କରାଯାଇ ଚାଷୀମାନଙ୍କୁ ଧାନର ଉଚିତ ମୂଲ୍ୟ ଦେବା ସହ ପୂର୍ବରୁ କୁଇଣ୍ଟାଲ ରେ ୫କେଜି କଟନୀ ଛଟଣି ବ୍ୟବସ୍ଥା ବନ୍ଦ ଓ ସୁତୁଲି ଓ ଅଖା ର ମୂଲ୍ୟ ଚାଷୀଙ୍କୁ ଦିଆ ଯାଉ ବୋଲି ଦାବି କରିଛନ୍ତି |
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ