କୋକସରା,୨୧/୧୨- କଳାହାଣ୍ଡି ଜିଲ୍ଲା ଚାରବାହାଲ ସ୍ଥିତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହର ସହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡଃ ସୁନୀତି ମୁଣ୍ଡ, ମୁଖ୍ୟବକ୍ତା ଭାବେ ଚମେଲୀ ଦେବୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରିୟ ମଞ୍ଜରୀ ପଣ୍ଡା, ସମ୍ମାନିତ ଅତିଥି ଭାବେ ଚାରବାହାଲ ସରପଞ୍ଚ ସତ୍ୟଭାମା ପଣ୍ଡା, ସାଇନିଂ କିଡ୍ସ ଜୁନାଗଡର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ବାଗ, ମହେଶ କୁମାର ପଣ୍ଡା, ବେଦ ପ୍ରକାଶ ଗୋଏଲ, ମଲୟ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନରେ ସାଇନିଂ ୱାର୍ଲଡ ସ୍କୁଲର ଭୁମିକା ଉପରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟ ପରିଚାଳକ ଇଂ. ପ୍ରବୀର କୁମାର ଗୋଏଲ, ନରେଶ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଜୁନିଅରରେ ରାନୀ ଶ୍ରେୟା ଚଳାନ, ସିନିୟରରେ ଅନନ୍ୟା ପାଟ୍ଟଯୋଷୀ ପୁରସ୍କୃତ ହୋଇଥିବା ବେଳେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଇନ୍ଦ୍ରଜିତ୍ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟକ୍ଷ ଇନ୍ଦ୍ରଜିତ ସିଂ ଏବଂ ଚାନ୍ଦିନୀ ଦୁର୍ଗା ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ। ଉତ୍ସବରେ ଛାତ୍ରଛାତ୍ରୀଙ୍କ ସମେତ ବହୁ ଅଭିଭାବକ ଯୋଗ ଦେଇଥିଲେ।
previous post