ତେନ୍ତୁଳିଖୁଣ୍ଟି,୨୧/୧୨/୨୨ ସାରା ପୃଥିବୀରେ ଯୀଶୁ ଙ୍କ ଜନ୍ମଦିନ ଆଉ ମାତ୍ର ୨ଦିନ ପରେ ପାଳନ କରାଯିବ।ଏହାକୁ ନେଇ ବିଶ୍ଵ ର ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ଭାଇ ଭଉଣୀ ମାନେ ସମ୍ପୂର୍ଣ ପ୍ରସ୍ତୁତ ହେଉଥିବା ବେଳେ,ନବରଙ୍ଗପୁର ଜିଲ୍ଲା ରେ ମଧ୍ୟ ଏହାର ମହୋଲ୍ ଦେଖିବାକୁ ମିଳୁଛି।ଯୀଶୁଙ୍କ ଜନ୍ମ ଦିନ କୁ ନେଇ ଚର୍ଚ୍ଚ ଠାରୁ ଆରମ୍ଭ କରି ବଜାର ଯାଏ ଯେଉଁଠିି ଦେଖିଲେ ସେଇଠି ଜନ ଗହଳି ଦେଖିବାକୁ ମିଳୁଛି। କିଛିଦିନ ତଳେ ନବରଙ୍ଗପୁର ମଣ୍ଡେଇ ଆରମ୍ଭ ହେବା ପରେ ହୋଇ ଯାଇଛି ବଜାର ମହୋଲ ସରଗରମ୍। ପୋଲିସ ପ୍ରଶାସନ ଯାନ ବାହାନ ଚଳାଚଳ ରେ ନିୟନ୍ତ୍ରଣ କରି ନାକେଦମ୍ ହେଉଛନ୍ତି। ଜିଲ୍ଲା ର ଚର୍ଚ୍ଚ ଗୁଡ଼ିକ ରେ ରଙ୍ଗୀନ୍ ଆଲୋକ ମାଳା ରେ ସଜାଯାଇ, ଲିଚୁ ମାଲ ରେ ଝିଲି ମିଲି ତାରା କୁ ସୁରକ୍ଷିତ ସ୍ଥାନ ରେ ରଖା ଯାଇଛି। ସଂପୂର୍ଣ୍ଣ ଚର୍ଚ୍ଚ କୁ ଅତି ସୁନ୍ଦର ଭାବରେ ପ୍ରସ୍ତୁତ କରି ରଖା ଯାଇଛି। ଜିଲ୍ଲା ର ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ର ଭାଇ ଭଉଣୀ ମାନେ ୨୦୨୦ଠାରୁ କରୋନା କଟକଣା ଯୋଗୁଁ ୨ବର୍ଷ ହେଲା ଯୀଶୁ ଙ୍କ ଜନ୍ମ ଦିନ ସାମୁହିକ ପ୍ରାର୍ଥନା କରି ପାରି ନ ଥିଲେ। ଏବର୍ଷ ଯେମିତି ବି ଚର୍ଚ୍ଚ ରେ ଏକତ୍ର ହୋଇ ଯୀଶୁ ଙ୍କ ଠାରେ ନିଜର ହୃଦୟ କଥା କହିବେ, ସାମୁହିକ ପ୍ରାର୍ଥନା କରିବେ। ଶିଶୁ ଯୀଶୁ ଙ୍କ ଜନ୍ମଦିନ ରେ ବିଶ୍ଵ ବାସୀଙ୍କୁ କଲ୍ୟାଣ ପାଇଁ ଆଶୀର୍ବାଦ ମାଗିବେ। ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ର ବିଶ୍ୱାସ ରହିଛି ଯେ, ସେ ଯାହା ଯୀଶୁ ଙ୍କ ଠାରେ ମାଗିଲେ,ସେ ପ୍ରଦାନ କରିବେ। ଏହାକୁ ଦୃଷ୍ଟି ରେ ରଖି କୁନି କୁନି ପିଲାମାନେ ଯୀଶୁ ଙ୍କ ସୁନାପଦ ଶିଶୁ ଯୀଶୁ ଙ୍କ ଜନ୍ମ ବୃତ୍ତାନ୍ତ ବିଷୟ ରେ ସଂଗୀତ ଗାନ କରିବାକୁ ରାତିଦିନ ଅଭ୍ୟାସ କରିବାକୁ ଲାଗିଛନ୍ତି।ଯୁବକ ଯୁବତୀ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଜନ୍ମ ଦିନ ପାଳନ କରାଯିବ,ଏହାକୁ ନେଇ ତୁହା କୁ ତୁହା ବୈଠକ ବସି ଆଲୋଚନା ରେ ଲାଗି ପଡ଼ିଛନ୍ତି।ଗାଁ ରୁ ସହର ସବୁଠି ଜନ୍ମ ଦିନ ପାଳନ କରିବା ପୂର୍ବରୁ ସାହି ଠୁ ସହର ସବୁଠିି ଏକତ୍ର ହୋଇ ତାଙ୍କ ଜନ୍ମ ର ସଙ୍ଗୀତ ଗାନ କରି ପରିକ୍ରମା କରିବାକୁ ଦେଖିବାକୁ ମିଳିଥିଲା। ୨୪ ରାତ୍ରୀ ଠାରୁ ଇଂରାଜୀ ନବବର୍ଷ ପାଳନ ପର୍ଯ୍ୟନ୍ତ ଶାନ୍ତି ରେ ପାଳନ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ଚର୍ଚ୍ଚ ର ପାଳକ ମାନେ କିଭଳି ଶିଶୁ ଯୀଶୁ ଙ୍କ ବାକ୍ୟ ପରିବେଷଣ କରିବେ, ରାତି ଦିନ ସେ ଧ୍ୟାନ ରେ ରହିଛନ୍ତି। ଏପଟେ ଖ୍ରୀଷ୍ଟୀୟ ପରିବାର ପ୍ରତି ଘରେ ଯୀଶୁ ଙ୍କ ଜନ୍ମ ଦିନ ର ଚିହ୍ନ ର ସଂକେତ ଭାବେ ଭାବି ଘରେ ଘରେ ଆଲୋକ ମାଳା ସହିତ ରଙ୍ଗୀନ୍ ସଜା ସଜି କରିବା ସହିତ ଅତି ସୁନ୍ଦର୍ ଭାବେ ତାରାକୁ ଘର ସମ୍ମୁଖରେ ବିଦ୍ୟୁତ୍ ଲାଇଟ୍ ରେ ସାଜ ସଜା କରିଛନ୍ତି। ଯେ ଦେଖିଲେ ତାରା ଚିହ୍ନ ଦେଖି ମନରେ ଯୀଶୁ ଙ୍କ ଜନ୍ମ ଦିନ ସ୍ମରଣ କରିବ।ଏପଟେ ନବରଙ୍ଗପୁର ବଜାର ସମେତ ଆଖ ପାଖ ଅଞ୍ଚଳରେ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ର ଭାଇ ଭଉଣୀ ମାନେ ଘର ପରିବାର ବ୍ୟକ୍ତି ଙ୍କ ପାଇଁ ବର୍ଷ କୁ ଥରେ ନୂତନ ପୋଷାକ ପିନ୍ଧି ବାକୁ କିଣା କିଣି ରେ ବ୍ୟସ୍ତ , ସକାଳ ଠାରୁ ରାତି ୯ଘଣ୍ଟା ଯାଏ ଜନଗହଳି ପୁର୍ଣ୍ଣ ହୋଇ ରହୁଛି। ବଡ଼ଦିନ କୁ ନେଇ ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାର ନୂତନ ସାମଗ୍ରୀ ସାଜସଜ୍ଜା ସାମଗ୍ରୀ ଓ ପୋଷାକ ବିଭିନ୍ନ ରାଜ୍ୟ ରୁ ଆଣିଥିବା କହିବା ସହ ଖ୍ରୀଷ୍ଟ ମାସ ରେ ଯେତିକି ବ୍ୟବସାୟ ହୁଏ ଏଭଳି କୌଣସି ମାସ ରେ ହୁଏ ନାହି ବୋଲି କହିଛନ୍ତି। ପ୍ରାୟ୨କୋଟି ରୁ ଉର୍ଦ୍ଧ ବ୍ୟବସାୟ କରୁଥିବା ଜୈନ ବ୍ୟବସାୟ ଜଣକ ପ୍ରକାଶ କରିଛନ୍ତି। ଯୀଶୁ ଜନ୍ମ ଦିନ ଆଗରୁ ବିଭିନ୍ନ ଅନୁଷ୍ଠାନ ତରଫରୁ ମାଗଣା ରେ ଅନାଥ ବିଧବା ବୃଦ୍ଧ ବୃଦ୍ଧା ମାନଙ୍କୁ ମାଗଣା ରେ ପୋଷାକ ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ। ଜିଲ୍ଲା ସଂଖ୍ୟାଲଘୁ ଜିଲ୍ଲା ସଭାପତି ସୁଧୀର ପାତ୍ର ସମ୍ପାଦକ ରେଭ୍ ଗୌରବ କାଉରୀ,ଜିଲ୍ଲା ନିପା ପାଳକ ସଂଘ ସଭାପତି ରେଭ୍ ପ୍ରଦୀପ କୁମାର ନନ୍ଦ, ସମ୍ପାଦକ ଡକ୍ଟର ଖ୍ରୀଷ୍ଟଦାନ୍ ନାଗ, ଖ୍ରୀଷ୍ଟିଆନ୍ ସମାଜ କୋଷାଗୁମୁଡା ବ୍ଲକ୍ ସଭାପତି ହିମାଂଶୁ ଶେଖର ବାଘ ବଡ଼ ଦିନ ପାଳନ ଦିବସ ଆନନ୍ଦ ଉଲ୍ଲାସରେ ଜିଲ୍ଲା ରେ ପାଳନ କରିବାକୁ ଜିଲ୍ଲାବାସୀ ଙ୍କୁ ନିବେଦନ କରିଛନ୍ତି।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି