ନର୍ଲା (ମପ୍ର) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକରେ ପଞ୍ଚାୟତରାଜ ନିର୍ବାଚନକୁ ସୁଚାରୁରୂପେ ସମ୍ପାଦନା କରିବା ପାଇଁ ବ୍ଳକ ସଭାଗୃହ ଠାରେ ନିର୍ବାଚନ ଆଚରଣବିଧି ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ, ସମିତି ସଭ୍ୟ ଓ ସରପଂଚ ଆଶାୟୀ ପ୍ରାର୍ଥୀମାନେ ଯୋଗଦାନ କରିଥିଲେ। ନିର୍ବାଚନ ପ୍ରଚାରରେ ଜିଲ୍ଲା ପରିଷଦ ସଭ୍ୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିୟମ ଥିବା ବେଳେ ୨ଟି ଚାରି ଚକିଆ ଯାନର ବ୍ୟବହାର ଓ ୫ଟି ୨ ଚକିଆ ଯାନର ବ୍ୟବହାର ପାଇଁ ନିୟମ ରହିଛି। ସରପଂଚ ପାଇଁ ୨ଲକ୍ଷ ଟଙ୍କା ସହିତ ୨ଟି ଚାରି ଚକିଆ ଓ ୫ଟି ଦୁଇ ଚକିଆ ଯାନ ବ୍ୟବହାର କରି ପ୍ରଚାର କରିପାରିବେ। ବୈଠକରେ ନର୍ଲା ବ୍ଳକ ନିର୍ବାଚନ ଅଧିକାରୀ ମାନସ ରଞ୍ଜନ ତ୍ରିପାଠୀ ନିର୍ବାଚନ ଆଚରଣବିଧି ପାଳନ କରିବାକୁ ପରାମର୍ଶ ଦେଇଥିଲେ।କୋଭିଡ ନିୟମ ଅନୁସାରେ ସମସ୍ତ କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।