ମ ରାମପୁର ,-: କଳାହାଣ୍ଡି ଜିଲ୍ଲା ଏମ. ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ପଂଚାୟତ ର ବାଲିଭଟା ସେବାଶ୍ରମ ଉଚ୍ଚଵିଦ୍ୟାଳୟ ଶ୍ରେଣୀଗୃହ ଓ ହଷ୍ଟେଲ ନିର୍ମାଣ ରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି. ଏହି ନୂତନ ଭାବେ ନିର୍ମାଣ ହୋଇଥିବା ଶ୍ରେଣୀଗୃହ ଓ ହଷ୍ଟେଲ ପାଇଁ ଆର ବି ଏସ ଭବାନୀପାଟଣା ର ଠିକା ସଂସ୍ଥା କରୁଛି. ସେ ଏହି ସେବାଶ୍ରମ ଶ୍ରେଣୀଗୃହ ଓ ହଷ୍ଟେଲ ନିର୍ମାଣ କାର୍ଯ୍ୟ ରେ ନିମ୍ମମାନର ସାମଗ୍ରୀ ଓ କମ ଗୁଣବତା ଥିବା ଉପକରଣ ବ୍ୟବହାର କରାଯାଇଛି. ଯାହାକି ହଷ୍ଟେଲ ଓ ଶ୍ରେଣୀଗୃହ ର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ସରକାର ଙ୍କ ନିୟମ କୁ ଖୋଲାଖୋଲି ଉଲଂଘନ କରାଯାଇଛି.ଏହାର କ୍ୱାଲିଟି କଣ୍ଟ୍ରୋଲ ଟେଷ୍ଟ କରାଯାଇନାହିଁ. ତିନି କୋଟି ଟଙ୍କା ରୁ ଉର୍ଦ୍ଧ ମୂଲ୍ୟରେ ନିର୍ମାଣ ହେଉଥିବା ଏହି ହଷ୍ଟେଲ ଶ୍ରେଣୀଗୃହ ନିର୍ମାଣ ରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଇଛି. ଏହି ନିର୍ମାଣ କାର୍ଯ୍ୟ ରେ କୌଣସି ସୂଚନା ଫଳକ ଦିଆଯାଇନାହିଁ. ଏହି ହଷ୍ଟେଲ ନିର୍ମାଣ କାର୍ଯ୍ୟକୁ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାସହ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବୀ ହେଉଛି.।
ଧିରେନ୍ ପଟ୍ଟନାୟକ ଙ୍କ ରିପୋର୍ଟ