ନୂଆପଡା: ଖଡିଆଳ ବ୍ଲକ ଭୋଜପୁର ଧାନ ମଣ୍ଡି ରେ ଠିକ ସମୟ ରେ ଚାଷୀ ମାନଙ୍କ ଧାନ ବିକ୍ରି ହୋଇନଥିବା ବେଳେ ସେମାନ ଙ୍କ ଟୋକନ ଅବଧି ସମାପ୍ତ ହୋଇଯିବା ରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ଜାନୁଆରି ମାସ ୩ ତାରିଖ ରେ ଚନାବେଡା ଓ ବରପଦର ଗାଁ ର ଚାଷୀ ମାନେ ଟୋକନ ମେସେଜ ପାଇ ଧାନ ମଣ୍ଡି କୁ ଆଣିଥିଲେ,ହେଲେ ବିଡମ୍ବନା ର ବିଷୟ ଗତ ଜାନୁଆରୀ ୩ ତାରିଖ ଯାଇ ଫେବୃଆରୀ ୩ ତାରିଖ ସମାପ୍ତ ହୋଇଯାଇଥିଲେ ସୁଦ୍ଧା ପ୍ରାୟ ୩୦ ରୁ ଉର୍ଦ ଚାଷୀ ଙ୍କ ଧାନ ବିକ୍ରି ହୋଇ ପାରିନଥିଲା । ଅନ୍ୟପକ୍ଷେ ଏହି ସମୟ ରେ ଚାଷୀ ଙ୍କ ଧାନ ବିକ୍ରି ପରିବର୍ତେ ବ୍ୟବସାୟୀ ଙ୍କ ଧାନ ବିକ୍ରି ହୋଇଥିୂବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଧାନ ର ଟୋକନ ଲେପ୍ସ ହୋଇଥିବା ଚାଷୀ ଅସନ୍ତୋଷ ପ୍ରକାସ କରି ଆଜି ଭୋଜପୁର ମଣ୍ଡି କୁ ଘେରାଉ କରିଥିଲେ । ପରେ ଧାନ ବସ୍ତା କୁ ଟ୍ରାକ୍ଚର ରେ ନେଇ ଖଡିଆଳ ବ୍ଲକ ର ୩୫୩ ଜାତୀୟ ରାଜପଥ ରେ ଥୋଇ ଆନ୍ଦୋଳନ କରିବେ ବୋଲି ସ୍ଥିର କରିଥିଲେ । ପରେ ଯୋଗାଣ ବିଭାଗ ସପ୍ଲାଇ ଇନିସପେକ୍ଟର ଦିବ୍ୟ ଭୋଇ ସମୁହ ଚାଷୀ ଙ୍କୁ ବୁଝାସୁଝା କରି ଟୋକନ ଲେପ୍ସ ହୋଇଥିବା ଚାଷୀ ଙ୍କ ଲୀଷ୍ଟ କୁ ପୁଣିଥରେ ନୁତନ ଟୋକନ ପାଇଁ ନୂଆପଡା ଜିଲ୍ଲାପାଳ କୁ ପ୍ରେରଣ କରିଛନ୍ତି । ଯାହାଫଳ ରେ ଚାଷୀ ଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହେଇଛି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post