ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଷ ବିଶ୍ୱକପ ହକି ଶୋଭାଯାତ୍ରା କୁ ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ସୁସ୍ୱାଗତମ

 ତିର୍ତ୍ତୋଲ :- 10/01/23 – ହକି ଖେଳ ଆମର ଜାତୀୟ ଖେଳ ହୋଇଥିବାରୁ ଆମେ ଗର୍ବ କରିବା କଥା ମାତ୍ର କ୍ରିକେଟ ଖେଳକୁ ଗୁରୁତ୍ୱ ଦେଇ ଆମେ ନିଜର ଖୁସୀ ମନାଇଥାଉ ! ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହକି ଖେଳ ପ୍ରତି ଥିବା ଭଲପାଇବାକୁ ସ୍ୱାଗତ ଜଣାଇବା ଉଚିତ ଯେ ହକି ବିଶ୍ୱକପ କୁ ଓଡ଼ିଶାରେ ହିଁ କରାଇବାକୁ ନିଷ୍ପତି ନେଇଛନ୍ତି ! ସେଥିପାଇଁ ଚଳିତ 2023 ପୁରୁଷ ହକି ବିଶ୍ୱ କପ ଓଡ଼ିଶାରେ ଖେଳା ଯିବାକୁ ନେଇ ଅନେକ ଉତ୍ସାହ ଉଦ୍ଧିପନା ଦେଖା ଦେଇଛି ! ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଭୁତମୁଣ୍ଡାଇ ଠାରୁ ଏକ ବିଶ୍ୱକପ ବାଇକ ଶୋଭାଯାତ୍ରା ଜଗତସିଂହପୁର ଅଭିମୁଖେ ଯାତ୍ରା କରିଥିଲା ! ତିର୍ତ୍ତୋଲର ମଣିଜଙ୍ଗା, ଥାନାଛକ,ତିର୍ତ୍ତୋଲ ଲକଛକ,ସରଣୀ ବଜାର ଛକ, ତିର୍ତ୍ତୋଲ ବ୍ଲକଛକ, ସାରଳା ରୋଡଛକ,କୋଟକଣା, ନୂଆପଡା, ଜଇପୁର ଛକ ମାନଙ୍କରେ ବିପୁଳ ସମ୍ବର୍ଦ୍ଧନା ମାନ ଦିଆଯାଇଥିଲା ! ମହିଳା ଗୋଷ୍ଠି ମାନେ ଛକ ରାସ୍ତାରେ ଝୋଟିଚିତ୍ର ମାନ ପକେଇ ରାସ୍ତାକୁ ସଜେଇଥିବାର ଦେଖିବାକୁ ମିଳିଥିଲା ! ବିଦ୍ୟାଳୟର ପିଲାମାନେ ଆନନ୍ଦରେ ହାତ ହଲେଇ ସ୍ୱାଗତ କରିଥିଲେ ! ପାରାଦ୍ୱୀପର ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜକୁମାର ବେହେରା, ଜିଲ୍ଲା ଉପାଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ବିଡିଓ ଅଟଳବିହାରୀ ସ୍ୱାଇଁ ଏବଂ ସହସହ ଯୁବଗୋଷ୍ଠି ଏହି ବାଇକ ରାଲିରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା

Related posts

ବେଲଝରୀ ଗ୍ରାମରେ ନୂତନ ନାଟକ ଉଦ୍ଘାଟନ

masiha

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ 

Sunil Chandra Nayak

ଶାନ୍ତି ଶକ୍ତି ଭଵନରେ ପ୍ରଜାପିତା ବ୍ରହ୍ମା ବାବାଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ

masiha

Leave a Comment

error: Content is protected !!