ତିର୍ତ୍ତୋଲ :- 10/01/23 – ହକି ଖେଳ ଆମର ଜାତୀୟ ଖେଳ ହୋଇଥିବାରୁ ଆମେ ଗର୍ବ କରିବା କଥା ମାତ୍ର କ୍ରିକେଟ ଖେଳକୁ ଗୁରୁତ୍ୱ ଦେଇ ଆମେ ନିଜର ଖୁସୀ ମନାଇଥାଉ ! ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହକି ଖେଳ ପ୍ରତି ଥିବା ଭଲପାଇବାକୁ ସ୍ୱାଗତ ଜଣାଇବା ଉଚିତ ଯେ ହକି ବିଶ୍ୱକପ କୁ ଓଡ଼ିଶାରେ ହିଁ କରାଇବାକୁ ନିଷ୍ପତି ନେଇଛନ୍ତି ! ସେଥିପାଇଁ ଚଳିତ 2023 ପୁରୁଷ ହକି ବିଶ୍ୱ କପ ଓଡ଼ିଶାରେ ଖେଳା ଯିବାକୁ ନେଇ ଅନେକ ଉତ୍ସାହ ଉଦ୍ଧିପନା ଦେଖା ଦେଇଛି ! ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଭୁତମୁଣ୍ଡାଇ ଠାରୁ ଏକ ବିଶ୍ୱକପ ବାଇକ ଶୋଭାଯାତ୍ରା ଜଗତସିଂହପୁର ଅଭିମୁଖେ ଯାତ୍ରା କରିଥିଲା ! ତିର୍ତ୍ତୋଲର ମଣିଜଙ୍ଗା, ଥାନାଛକ,ତିର୍ତ୍ତୋଲ ଲକଛକ,ସରଣୀ ବଜାର ଛକ, ତିର୍ତ୍ତୋଲ ବ୍ଲକଛକ, ସାରଳା ରୋଡଛକ,କୋଟକଣା, ନୂଆପଡା, ଜଇପୁର ଛକ ମାନଙ୍କରେ ବିପୁଳ ସମ୍ବର୍ଦ୍ଧନା ମାନ ଦିଆଯାଇଥିଲା ! ମହିଳା ଗୋଷ୍ଠି ମାନେ ଛକ ରାସ୍ତାରେ ଝୋଟିଚିତ୍ର ମାନ ପକେଇ ରାସ୍ତାକୁ ସଜେଇଥିବାର ଦେଖିବାକୁ ମିଳିଥିଲା ! ବିଦ୍ୟାଳୟର ପିଲାମାନେ ଆନନ୍ଦରେ ହାତ ହଲେଇ ସ୍ୱାଗତ କରିଥିଲେ ! ପାରାଦ୍ୱୀପର ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜକୁମାର ବେହେରା, ଜିଲ୍ଲା ଉପାଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ବିଡିଓ ଅଟଳବିହାରୀ ସ୍ୱାଇଁ ଏବଂ ସହସହ ଯୁବଗୋଷ୍ଠି ଏହି ବାଇକ ରାଲିରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା !
ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା