ନୂଆପଡା: ନିର୍ବାଚନ ପ୍ରଚାର ସମୟ ରେ ନିର୍ବାଚନ ଆଚରଣବିଧି ଉଲଗଂନ ପୁଣି ଖୋଦ୍ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ଏହି ପରି ସଗିଂନ ଅଭିଯୋଗ ଆଣିଛନ୍ତି ଖଡିଆଳ ବ୍ଲକ ର ପୂର୍ବତନ ବ୍ଲଜ ଅଧ୍ୟକ୍ଷ କେଶବ ବେହେରା । ଏକ ଖବରଦାତା ସମ୍ମଲନୀ ଡକାଇ ଖଡିଆଳ ବିଧାୟକ ବିରୁଦ୍ଦରେ ଏହିପରି ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନ ତଥା ନିର୍ବାଚନ ଅଧିକାରୀ ଏହାର ତଦନ୍ତ କରି ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ଜଣାଇଛନ୍ତି । ଖବରଦାତା ସମ୍ମଳନୀ ରେ ବିଧାୟକ ବିରୁଦ୍ଦରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କରିଥିବା ଅଭିଯୋଗ ଅନୁସାରେ ଗତ ଗତ ୧୩ ତାରିଖ ଦିନ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ନିର୍ବାଚନ ପ୍ରଚାର କରିବାକୁ ଦୋହେଲପଡା ପଚାଂୟତ ର ବହଳପଦର ଏବଂ ଚାନ୍ଦେଲ ଗାଁ କୁ ଆସି ବର୍ତମାନ ପଚାଂୟତ ନିର୍ବାଚନ କୁ ନେଇ ଆଚରଣ ବିଧି ଲାଗୁ କରାଯାଇଥିବା ବେଳେ ଗାଁ ଲୋକ କୁଂ ପ୍ରଭାବିତ ସହ ଆକୃଷ୍ଟ କରିବା ପାଇଁ ଚାନ୍ଦେଲ ଏବଂ ବହଳପଦର ଗାଁ ର ମୁଖ୍ୟ ରାସ୍ତା ବିଦ୍ୟୁତ ଖମ୍ଵ ଗୁଡିକରେ ଆଲୋକୀକରଣ ପାଇଁ ଲାଇଟ୍ ଲଗାଯିବ ବୋଲି ପ୍ରତିଶୃତି ଦେବା ସହ ତାର ପରଦିନ ଅର୍ଥାତ୍ ୧୪ ତାରିଖ ଦିନ ଚାନ୍ଦେଲ ଓ ବହଳପଦର ଗାଁ ର ମୁଖ୍ୟରାସ୍ତା ବିଦ୍ୟୁତ ଖମ୍ଵ ଗୁଡିକୁ ଲୋକ ଲଗାଇ ଲାଇଟ୍ ଲଗାଉଥିବା ବେଳେ ଏହା ନିର୍ବାଚନ ଆଚରଣ ବିଧି ଉଲଗଂନ ହେଉଥିବା ବେଳେ ପ୍ରତିବାଦ କରିଥିଲେ ଏବଂ ସେହି ସମୟରେ ଖବର ପାଇ ଅତିରିକ୍ତ ତହସିଲଦାର ଗାଁ କୁ ଆସି ଉକ୍ତ କାମ କୁ ବନ୍ଦ କରିଥିଲେ ତେବେ ପ୍ରଶାସନ କେବଳ ଏତିକି ସିମିତ ରହି ନିରବ ରହିଥିବା ବେଳେ ପ୍ରଶାସନ ଏହାର ତଦନ୍ତ କରି ନିର୍ବାଚନ ଆଚରଣ ବିଧି ଅନୁଯାୟୀ ପଦକ୍ଷେପ ନେବା ବଦଳରେ ନିରବ ରହିଥିବା ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରି ଦୃଡ କାର୍ଯ୍ୟାନୁଷ୍ଠାନ ପାଇଁ ଖଡ଼ିଆଳ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଏହି ବିଷୟ ନେଇ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କୁଂ ପଚାରିବାରୁ ଉକ୍ତ ଅଭିଯୋଗ କୁ ଖଣ୍ଡନ କରିବା ସହ ଭିର୍ତିହୀନ ଏଥିରେ କୈାଣସି ସତ୍ୟତା ନାହିଁ । କେବଳ ଚାନ୍ଦେଲ କି ବହଲପଦର ନୁହେ ନୂଆପଡା ଜିଲ୍ଲାର ଅଧୂକାଂଶ ଗାଁ ରେ ଆଲୋକୀକରଣ ପାଇଁ ଅନଗୋଇରଂ ଭାବେ ବିଦ୍ୟୁତ କାମ ଚାଲିଛି ଏହା ବର୍ତମାନ ର କାମ ନୁହଁ ଅନଗୋଇଗଂ କାମ ମୋ ଉପରେ ଏହିପରି ଅଭିଯୋଗ କରିବା ଆଗରୁ ଏହାର ବାସ୍ତବତା କଣ ଜାଣିବା ଉଚିତ ବୋଲି ପ୍ରକାଶ କରିଛନ୍ତି । ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ।