କାଳେ ହବନି ତ ପୁନରାବୃତ୍ତି,
ପ୍ରଶାସନକୁ ବିଶ୍ବାସକୁ ନେଲେ ନାହିଁ ପ୍ରାର୍ଥୀ,
ପୁଣିଥରେ ଷ୍ଟ୍ରଙ୍ଗରୁମକୁ ମାରିଲେ ତାଲା,
ଗୋଳାମୁଣ୍ଡା/ମସିହା : କଳାହାଣ୍ଡି ଜିଲ୍ଲାରେ ଶାସକଦଳ କାଳେ ଓଲଟ ପାଲଟ କରିବ । କାଳେ ନିର୍ବାଚନରେ ପରାଜୟ ବରଣ କରିବ । ଗୋଲାମୁଣ୍ଡା ବ୍ଲକରେ କୋଡିଏ ବର୍ଷ ତଳେ ବୋମା ବିସ୍ଫୋରଣରେ ପୋଡିଦେଇଥିଲେ ବ୍ୟାଲଟ ବକ୍ସ, ଚଳିତ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହାର ପୁନରାବୃତ୍ତି ହେବ ନି ତ । ଏହାକୁ ଆଧାରରେ ଆଜି ପ୍ରଶାସନକୁ ବିଶ୍ବାସକୁ ନେଲେ ନାହଁ । ଗୋଲାମୁଣ୍ଡା ବ୍ଲକରେ ନିର୍ବାଚନ ରଣାଙ୍ଗନାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ବିଡ଼ିଓଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମରେ ତାଲାମାରି ଚାବି ନିଜ ପାଖରେ ରଖିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ୨୦ ବର୍ଷ ତଳେ ଗୋଲାମୁଣ୍ଡା ବ୍ଲକରେ ନିର୍ବାଚନ ହୋଇଥିଲା । ନିର୍ବାଚନ ସରିଲା ପରେ ବ୍ୟାଲଟ ବକ୍ସକୁ ପୁଲିଂ ଅଫିସର ମାନେ ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ପ୍ରଶାସନ ପକ୍ଷରୁ ବର୍ତ୍ତମାନର ପୁରୁଣା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ବ୍ୟାଲଟ ବକ୍ସକୁ ରଖାଯାଇଥିଲା । ହେଲେ ସେହି ରୁମକୁ ଦୁର୍ବୁତ୍ତ ମାନେ ବୋମା ବିସ୍ଫୋରଣ କରି ଉଡାଇ ଦେଇଥିଲେ । ଅନେକ ପଞ୍ଚାୟତର ବ୍ୟାଲଟ ବକ୍ସ ପୋଡି ଯାଇଥିଲା । ପରେ ଯେଉଁ ପଞ୍ଚାୟତର ବ୍ୟାଲଟବକ୍ସ ପୋଡି ଯାଇଥିଲା ,ସେହି ପଞ୍ଚାୟତରେ ପୁଣିଥରେ ନିର୍ବାଚନ ହୋଇଥିଲା । ଏହି ୨୦ ବର୍ଷ ତଳର ପୁନରାବୃତ୍ତି ହବନି ତ , ଏହି ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗରେ ଘଟିଥିବା ମମିତା ମେହେର ହତ୍ୟା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା । କାଳେ ଶାସକ ଦଳ ପରାଜୟ ବରଣ କରିବା ଭୟରେ କିଛି ବି ଓଲଟ ପାଲଟ କରିବ ନି ତ ? ଆଜି ଏମିତି ଅନେକ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ଆଶଙ୍କା ଓ ଭୟ ଜାତ ହୋଇଥିଲା । ଆଜି ପ୍ରାର୍ଥୀ ମାନେ ଗୋଲାମୁଣ୍ଡା ବ୍ଲକକୁ ଯାଇ ବିଡ଼ିଓଙ୍କୁ ତାଲା ମାରିବା ପାଇଁ ଅନୁରୋଧ କରିଥିଲେ । ହେଲେ ବିଡ଼ିଓ ପ୍ରଥମେ ମନା କରିବା ପରେ ଶେଷ ମୁହୂର୍ତ୍ତରେ ହଁ କହିଥିଲେ । ପରେ ଗୋଲାମୁଣ୍ଡା ସର୍ବମଙ୍ଗଳା ଯୁକ୍ତ ତିନି ଡିଗ୍ରୀ କଲେଜରେ କରାଯାଇଥିବା ଷ୍ଟ୍ରଙ୍ଗରୁମକୁ ଯାଇ ପ୍ରଶାସନର ଗୋଟିଏ ତାଲା ଓ ପ୍ରାର୍ଥୀ ମାନଙ୍କ ଗୋଟିଏ ତାଲା ଦିଆଯାଇଥିଲା । ଏଥିରେ ଥିବା ଜୋନ ନଂ୧ର ଷ୍ଟ୍ରଙ୍ଗରୁମକୁ ମାନଝରି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଗିରିଧାରୀ ତେଜି, ଜୋନ ନଂ ୨ର ଷ୍ଟ୍ରଙ୍ଗରୁମ କୁ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀନୀଙ୍କ ସ୍ୱାମୀ ଦିଲ୍ଲୀପ ଭୋଇ ଓ ଜୋନ ନଂ ୩ର ଷ୍ଟ୍ରଙ୍ଗରୁମକୁ ମହାଲିଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଗୌରୀ ଚନ୍ଦନ ତାଲା ମାରି ଚାବି ରଖିଥିଲେ । ତାଲା ମାରିବା ସମୟରେ ସିନାପାଲିର ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁ , ଟେମରି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଓ ଅନେକ ଏଜେଣ୍ଟ ମାନେ ଉପସ୍ଥିତ ଥିଲେ । ତଥାପି ବିଶ୍ୱାସ ନ କରି ଗୋଳାମୁଣ୍ଡା ସରପଞ୍ଚ ପ୍ରାର୍ଥୀମାନେ ନିଜନିଜ ଏଜେଣ୍ଟ ମାନଙ୍କ ସହ ଷ୍ଟ୍ରଙ୍ଗରୁମ ପାଖରେ ଶୋଉଥିବା ଜଣାପଡିଛି ।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା,