ବନ୍ଧୁଗାଁ :- କୋରାପୁଟ ଜିଲ୍ଲା ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଗୋତିପୁଟ ଗ୍ରାମର ନୁନାଇ ମିଣ୍ୟାକା ୮୦ ବର୍ଷ ବୃଦ୍ଧା ଯାହାଙ୍କ ଦୁଇଟି ଗୋଡ ଫୁଲି , ଫୁଲାରୁ ପାଣି ଝରୁ ଥିବା ଏବଂ ଫୁଲା ସ୍ଥାନରେ ହାତ ମାରିଲେ ଚମଡ଼ା ଖସୁ ଥିବା ଯୋଗୁଁ ଚିକିତ୍ସା ପାଇଁ ଆଜି ପର୍ଯ୍ୟନ୍ତ ରାସ୍ତା ନ ଥିବାରୁ ଗାଁ ଠାରୁ ପ୍ରାୟ ୨ କିମି ଦୂରରେ କୁଡିଆ ଘରେ ପହଞ୍ଚି ନିଜ ହାତରେ ବୋହି ନଦୀ ପାରି କରି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରି ଏକ ନଜିର ସୃଷ୍ଟି କରିଛନ୍ତି । ବୃଦ୍ଧା ନୁନାଇ ନିଜର ମାତ୍ର ୩ ଜଣ ଝିଅଙ୍କୁ ବାହା କରି ଦେବା ପରେ ନିଜ ସ୍ଵାମୀ ସୁରା ମିଣ୍ୟାକା ୮୫ ଙ୍କ ସହିତ କେବଳ ସରକାରଙ୍କ ତରଫରୁ ମାସିକ ବାର୍ଦ୍ଧକ୍ୟ ଭତ୍ତା ପାଇ ବହୁ କଷ୍ଟରେ ଜୀବନ ଯାପନ କରୁଥିଲେ । ନିସହାୟ ଗରିବ ପୁଣି ପାଖରେ କିଏ ନାହାନ୍ତି ହଠାତ୍ ବୃଦ୍ଧାଙ୍କୁ ଗୋଡ ଫୁଲି ଘା ହୋଇ ପାଣି ବାହାରିବାକୁ ଲାଗିଲା । ଆଜି ସରପଞ୍ଚ ଲକ୍ଷ୍ମୀ ମିଣ୍ୟାକା ବୃଦ୍ଧା ପାଖରେ ପହଞ୍ଚି ତାଙ୍କ ତିନି ଝିଅର ସ୍ଵାମୀ ମାନଙ୍କୁ ଡ଼ାକି ଚିକିତ୍ସା ପାଇଁ ବନ୍ଧୁଗାଁ ମେଡିକାଲ ଠାରେ ନେବାକୁ ଜଣାଇ ଥିଲେ । କିନ୍ତୁ ସେମାନେ ବୃଦ୍ଧାକୁ କାନ୍ଧରେ ବହି ନେବାକୁ ରାଜି ହେଲେ ନାହିଁ । ବାଧ୍ୟ ହୋଇ ସରପଞ୍ଚ ସାଥିରେ ନିଜ ଭଉଣି ଗଙ୍ଗାମା କାଡ୍ରାକା କୁ ସାଥିରେ ଆସିବାକୁ ଅନୁରୋଧ କରି ଖଟିଆ ରେ ଅସହାୟ ଅବସ୍ଥାରେ ପଡ଼ିଥିବା ବୃଦ୍ଧା କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯିବା କୁ ବୁଝାଇ ଥିଲେ। ବହୁ କଷ୍ଟରେ ଚାଲି ପାରୁ ନ ଥିବା ବୃଦ୍ଧା କୁ ଅଳ୍ପ ଅଳ୍ପ ଦୂର ପର୍ଯ୍ୟନ୍ତ ହାତରେ ବୋହି ଗଛ ଛାଇ ରେ ବସାଇ ଝଞ୍ଜାବତି ନଦୀ କୁ ପାରି କରି ଥିଲେ । ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ନିଜର ମାନବିକତା ଦେଖାଇ ଗରୀବ ବୃଦ୍ଧା ଙ୍କ ପାଖରେ ବଟିକା କିଣିବାକୁ ଟଙ୍କା ନ ଥିଲେ ମଧ୍ୟ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଡକ୍ଟର ଙ୍କ ପରାମର୍ଶ ଅନୁସାରେ ଚିକିତ୍ସା ପାଇଁ ଭର୍ତ୍ତି କରି ପାଖରେ ରହିଛନ୍ତି । ଡକ୍ଟରଙ୍କ ଦ୍ଵାରା ବର୍ତ୍ତମାନ ବୃଦ୍ଧା ଙ୍କୁ ମେଡିକାଲ ରେ ରଖି ଦୁଇ ଓଳୀ ଇଞ୍ଜେକସନ ସହିତ ବଟିକା ଦେଉଥିବା ବେଳେ କିଛି ବଟିକା ବାହାରୁ କିଣିବାକୁ ଜଣାଇଛନ୍ତି । ସରପଞ୍ଚ ଙ୍କ ଏହି ପ୍ରକାର ସେବା ଦେବା ମନୋଭାବ ପାଇଁ ଝିଅ ପିଲା ହୋଇ ମଧ୍ୟ ନିଜେ ହାତରେ ବୋହି ଆଣି ଥିବାରୁ ଗ୍ରାମପଞ୍ଚାୟତ ବାସି ଓ ସମସ୍ତ ବୁଦ୍ଧି ଯିବି ଧନ୍ୟବାଦ ଜଣାଇଛନ୍ତି ।
previous post