ମୟୁରଭଞ୍ଜ : ତା 0୯/0୪/ ୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିର୍ବାଚନ ମଣ୍ଡଳୀ ଅଂଚଳ ର ଶଙ୍ଖାଭଙ୍ଗା ଗ୍ରାମ ପଂଚାୟତ ବାନ୍ଧୁଆଶୋଲ ଗାଁ ରେ ଗତ ତା ୮ ତାରିଖ ରାତିରେ ୨ ଟା ଗୁଠ ବଣୁଆ ହାତୀପଲ ପ୍ରାୟ ୪ ୫ ଟା ବଣୁଆ ହାତୀମାନଙ୍କ ଦ୍ୱାରା ଉପଦ୍ରଵ ମଚେଇ ଗରିବ ଜନସାଧାରଣଙ୍କ ଘର ଗୁଡିକ ଭାଙ୍ଗି ଉଜାଡି ଦେଇଛି l ଘରର ସମସ୍ତ ଚାଉଳ ପ୍ରାୟ ୫ କଇଣ୍ଟାଲ ପାଖା ପୁଖୀ ଖାଦ୍ୟପଦାର୍ଥ, ୨ ଟା ସାଇକେଲ ଓ ଆସବାପାତ୍ର ନଷ୍ଟ କରିଦେଇଛି l ଉକ୍ତ ଗ୍ରାମର ଶ୍ରୀ ସୁନ୍ଦର ମାରାଣ୍ଡି ଙ୍କ ଘରେ କାଲି ରାତିରେ ବଣୁଆ ହାତୀ ପଲ ପଶି ତାଙ୍କ ଘର ସପୂର୍ଣ ନଷ୍ଟ କରିଦେଇଛି l ଏଇ ଖବର ପାଇ ବାପରେ ତୁରନ୍ତ କଂଗ୍ରେସ ଦଳର ଟାଣୁଆ ଯୁବ ସଂଗଠକ ତଥା ଏଲ. ଡି. ଏମ ରାଜ୍ୟ ମିଡ଼ିଆ ସଂଯୋଜକ ଶ୍ରୀ ସୁକୁମାର ରଞ୍ଜନ ପ୍ରଧାନ ଙ୍କ ସହଯୋଗ ପାଇ ବାରିପଦା ନିର୍ବାଚନ ମଣ୍ଡଳୀ ର ଟାଣୁଆ ଆଦିବାସୀ କଂଗ୍ରେସ ନେତା ଶ୍ରୀ ବାଦଲ ହେମ୍ବ୍ରମ ନିଜେ ଉକ୍ତ ଗ୍ରାମକୁ ଯାଇ ସେହି ଅସହାୟ ପରିବାର କୁ ଭେଟି ଆଶ୍ୱାସନା ଦେବାସହିତ ସେହି ପରିବାର ସଦସ୍ୟଙ୍କୁ ଖାଦ୍ୟ, ପଲିଥିନ, ଲୁଗାପଟା, ବିସ୍କୁଟ, ପାଉଁରୁଟି ଓ ମୁଢି ବୁରା ଇତ୍ୟାଦି ସହାୟତା କରିଛନ୍ତି l ଉକ୍ତ ପରିବାର ରେ ଅନ୍ୟ କ୍ଷତିଗ୍ରସ୍ତ ମାନେ ହେଲେ ତାଙ୍କ ସ୍ତ୍ରୀ ମାଳତୀ ମାରାଣ୍ଡି, ୨ ପୁଅ ରାହୁଲ ମାରାଣ୍ଡି ( ୧୨ ବର୍ଷ )ଓ ପ୍ରକାଶ ମାରାଣ୍ଡି ( ୬ ବର୍ଷ ) ଅଟନ୍ତି l ବର୍ତମାନ ଏହି ୪୫ ଜଣିଆ ବଣୁଆ ହାତୀପଲ ଉକ୍ତ ଅଂଚଳର ପାଖା ପୁଖୀ ରାଣୀଭୋଳ ଇତ୍ୟାଦି ରେ ଅଛନ୍ତି ଖବର ଲେଖାଯିବା ସମୟରେ ଏବଂ ବର୍ତମାନ ସୁଦ୍ଧା ବନବିଭାଗ ଓ ଜିଲ୍ଲା ପ୍ରଶାସନ ର କୌଣସି ସହାୟତା ଉକ୍ତ ଅସହାୟ ଙ୍କୁ ମିଳିନାହିଁ l