କେସିଙ୍ଗା, 04.03.2022 – କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ମଶାଣିମୁଣ୍ଡାସ୍ତିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା ପ୍ରଥମ ଥର ଓଡିଶା ମାଧ୍ୟମିକ ବୋର୍ଡ, କଟକ ଦ୍ୱାରା ଆଜି ଅନୁଷ୍ଠିତ ହୋଇଯାଇଛି । ଚଳିତ ଥର OMR ସହିତ ପରୀକ୍ଷା ଅନୁଷ୍ଠିତ ହୋଇଛି । ଏଥିପାଇଁ ଦୁଇଟି ପରୀକ୍ଷା କେନ୍ଦ୍ର ଓଡିଶା ଆଦର୍ଶ ବିଦ୍ୟାଳୟ ଓ ସରକାରୀ ନୋଡାଲ ହାଇସ୍କୁଲ ହୋଇଥିଲା । ଆଦର୍ଶ ବିଦ୍ୟାଳୟରେ 250 ଆବେଦନ କରି 228ଜଣ ଓ ହାଇସ୍କୁଲରେ 107 ରୁ 102 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଷଷ୍ଠ ଶ୍ରେଣୀରେ ମୋଟ ୮୦ ଟି ଆସନ ପାଇଁ 357 ଜଣ ଆବେଦନ କରିଥିଲା । ଆଦର୍ଶ ବିଦ୍ୟାଳୟରେ 250 ଜଣ ପରୀକ୍ଷା ଦେଇଥିବା ବେଳେ 157ଜଣ ପାଇଁ କେସିଙ୍ଗା ସରକାରୀ ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ଜଣାପଡିଛି । ଆଜି ସକାଳ 10 ରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଉଭୟ କେନ୍ଦ୍ରରେ ପରୀକ୍ଷାଟି ସୁରୁଖୁରୁରେ ପରିଚାଳିତ ହୋଇଥିଲା । ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜେସନ୍ ତଥା ଅନ୍ୟାନ୍ୟ କୋଭିଡ୍ ନିୟମମାନ ପରୀକ୍ଷା ପ୍ରକ୍ରିୟା ସମୟରେ ଅନୁସରଣ କରାଯାଇଥିଲା । କେସିଙ୍ଗା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୀମାଞ୍ଚଳ ବୁଦ୍ଧିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଲ୍ କୋଟେଶ୍ଵର ନାଇଡୁ ,କେସିଙ୍ଗା
previous post