ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୀର୍ଘ 62 ବର୍ଷ ପରେ କେସିଙ୍ଗା ହାଇସ୍କୁଲ ପାଇଲା ଜମିପଟ୍ଟା

ମଶାଣିମୁଣ୍ଡାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟକୁ ମଧ୍ୟ ପଟ୍ଟା ମିଳିଲା

କେସିଙ୍ଗା,04.03.2022 – ୧୯୫୯ ମସିହାରେ ଅଞ୍ଚଳରେ ଶିକ୍ଷା ର ବିକାଶ ନିମନ୍ତେ ଗଢିଉଠିଥିଲା କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରସ୍ଥିତ କେସିଙ୍ଗା ବିଦ୍ୟାପୀଠ । ଏହି ବିଦ୍ୟାଳୟରୁ ବାହାରି ଅନେକ ଛାତ୍ର ଆଜି ବଡ଼ବଡ଼ ସରକାରୀ ପଦବୀ ମଣ୍ଡନ କରିଥିବା ବେଳେ ଅନେକେ ବିଭିନ୍ନ ଦେଶର ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଛନ୍ତି । ହେଲେ ଏହି ବିଦ୍ୟାଳୟଟି କେସିଙ୍ଗା ବ୍ଲକର ତଥା କଳାହାଣ୍ଡି ଜିଲ୍ଲାର ଏକ ପୂରାତନ ତଥା ଗୁରୁତ୍ବପୂର୍ଣ୍ଣ ବିଦ୍ୟାଳୟ ହୋଇଥିଲେ ମଧ୍ୟ ନିଜସ୍ଵ ଜମିପଟ୍ଟା ଆଜି ଯାଏ ପାଇପାରି ନ ଥିଲା। ହେଲେ ଏନେଇ ଅଞ୍ଚଳର ବିଭିନ୍ନ ଗଣମାଧ୍ୟମ ଜରିଆରେ ଅନେକ ଥର ଖବର ପ୍ରକାଶିତ ହୋଇଥିଲା । ଶେଷରେ ଏହି ଅପେକ୍ଷାର ଅନ୍ତ ହେବା ସହ ଦୀର୍ଘ 62ବର୍ଷ ପରେ ଏହି ବିଦ୍ୟାଳୟ କୁ ଆଜି ଜମି ପଟ୍ଟା ମିଳିଛି । ରାଜସ୍ୱ ବିଭାଗ ପକ୍ଷରୁ ମିଳିଥିବା ପଟ୍ଟାର ଖତିଆନ ନମ୍ବର ହେଲା ୧୩୫/୩୫୪ । ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ସମେତ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ ଓ ପୁରାତନ ତଥା ନୂତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ସେହିପରି, କେସିଙ୍ଗା ମଶାଣିମୁଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳଯକୁ ମଧ୍ୟ ସରକାରଙ୍କ ସଦ୍ୟତମ ଆଦେଶ ଅନୁଯାୟୀ ରାଜସ୍ୱ ବିଭାଗ ତରଫରୁ ଜମିପଟ୍ଟା ପ୍ରଦାନ କରାଯାଇଛି । ଦୀର୍ଘ ଦିନର ଦାବି ପୂରଣ ହୋଇଥିବା ବେଳେ ଏ ନେଇ ବିଦ୍ୟାଳୟର ପରିଚାଳନା କମିଟି ତରଫରୁ ଖୁସି ବ୍ୟକ୍ତ କରାଯିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେସଙ୍ଗା ରୁ ଏଲ କୋଟେଶ୍ୱର୍ ନାଇଡୁ ଙ୍କ ରିପୋର୍ଟ।

Related posts

ସୁଜାତା ଦାସ ଙ୍କ କବିତା – ବିନା

Sunil Chandra Nayak

କମ୍ ବୟସ ଝିଅର ବିବାହ ବନ୍ଦ କଲା ଚାଇଲ୍ଡି ଲାଇନ

Sunil Chandra Nayak

ପଳାସ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ପୋଲିସର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort