ବିନା
ବିନା ଜୋଛନା ରେ,,,,,
ଜହ୍ନ କି ସୁନ୍ଦର,,,,,,
ରାତି ଲାଗେ ଫିକା ଫିକା,
ବିନା ବାସନାରେ,,,,,,
ଫୁଲ କି ସୁନ୍ଦର,,,,,,
ଥାଏ ସିନା ଏକା ଏକା l
ବିନା ବଉଳରେ,,,,,
ବସନ୍ତ ପରଶ,,,,,
ଲାଗେ କିବା ମଧୁମୟ,
ବିନା ଶ୍ରାବଣରେ,,,,,
ଆସିବକି କେବେ,,,,,
ବ୍ରୁକ୍ଷେ ନବ କିଶଳୟ l
ସୁର ବିନା ଗୀତ,,,,,
ଆସେ କି ଲାଳିତ୍ୟ,,,,,
ପାରେନି ମନକୁ ଛୁଇଁ,
ମିଠା ମନଟିଏ,,,,,
ଆପଣାର କରେ,,,,,
. ପ୍ରୀତି ଚନ୍ଦ୍ର ଆସେ ଉଇଁ l
ବିନା ଭାବନାରେ,,,,
କବିତା ରଚନା,,,,
ଛୁଇଁ କି ପାରଇ ମନ,
ଆକର୍ଷଣ ବିନା,,,,,
ସମ୍ପର୍କର ମୂଲ୍ୟ,,,,,,
ହୃଦୟେ ଜାଗେନା ପ୍ରେମ l
ଗ୍ରୀଷ୍ମ ବିନା କିବା,,,,,
ବର୍ଷାର ମହତ୍ୱ,,,,,
ଜଗତ ପାରିବ ଜାଣି,
ସୂର୍ଯ୍ୟ ବିନା ଏଠି,,,,,
ସବୁ ଅସମ୍ଭବ,,,,,
ବିଲୁପ୍ତ ସମସ୍ତ ପ୍ରାଣୀ l
ଦୁଃଖ ବିନା ସୁଖ,,,,
ମିଳନ ବିଚ୍ଛେଦ,,,,
ହୃଦୟ ପାରେନି ବୁଝି,
ବୁଝି କି ଅବୁଝା,,,,,
“ବିନା ” ଶବ୍ଦଟିକୁ,,,,
ଅଭିମାନେ ଯାଏ ସିଝି l