ନୂଆପଡ଼ା -: ଓଡ଼ିଆ ସାହିତ୍ଯ ଜଗତର ଉଜ୍ଜଳ ଜ୍ଯୋତିଷ୍କ, ଓଡ଼ିଶା ସାହିତ୍ଯ ଏକାଡ଼େମୀ ପୁରସ୍କାର ପ୍ରାପ୍ତ କବି ଚଣ୍ତୀଚରଣ ବିଶିଙ୍କ ଉଦ୍ଦେଶ୍ଯରେ ଏକ ସ୍ମୃତିସଭା କବି ଗ୍ରାମ ସିଙ୍ଗଝର ଠାରେ ଅନୁଷ୍ଠିତ ହୋଇଛି l ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ଯୁବ ସାହିତ୍ଯିକ ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ଯଅତିଥି ଭାବରେ ପଟ୍ଟାୟତ କବି ନୀଳଲୋହିତ ସିଂହଦେବ ଓ ସମ୍ମାନିତ ଅତିଥି ଭାବରେ ସଙ୍ଗୀତଜ୍ଞ ନନ୍ଦଲାଲ ବାରିକ, ଶିକ୍ଷାବିତ ଚଂଦ୍ରଭାନୁ କଶ୍ଯପ, ପ୍ରାକ୍ତନ ଶିକ୍ଷକ ଗୌରଚଂଦ୍ର ଦଣ୍ତସେନା ପ୍ରମୁଖ ଉପସ୍ଥିତ ରହି କବିଙ୍କ ସାରସ୍ୱତ ଜୀବନ ଏବଂ ଅମୂଲ୍ଯ କୄତି ବିଷୟରେ ଆଲୋକପାତ କରିଥିଲେ l ସଭା ପ୍ରାରମ୍ଭରେ କବି ଡ.ସୁଶାନ୍ତ ବିଶି ଅତିଥି ପରିଚୟ ସହ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ଏହା ପରେ ଦିବଂଗତ କବିଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ କରାଯାଇ କବି ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା l ସଂଗୀତଜ୍ଞ ନନ୍ଦଲାଲ ବାରିକ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ଏହି ଅବସରରେ କବି ବିଜୟ କୁମାର ଯୋଶୀ କବିଙ୍କ ଉଦ୍ଦେଶ୍ଯରେ ସ୍ୱରଚିତ କବିତା ପାଠ କରିଥିଲେ l ସଭାକାର୍ଯ୍ଯକୁ କବି ଲଳିତ କୁମାର ସୁନାରୀ ପରିଚାଳନା କରିଥିଲେ l ଏହି ଅବସରରେ ବିଭୁଦତ୍ତ ଚଲାନ, ରବିଂଦ୍ରନାଥ ଯୋଶୀ, ଅରି ଗଂଜନ ଯୋଶୀ, ସତ୍ଯବ୍ରତ ଗହୀର, ହେମରାଜ ଶାସତ୍ରୀ ପ୍ରମୁଖ କବି ଚଣ୍ତୀଚରଣ ବିଶିଙ୍କ ସ୍ମୃତିଚାରଣ କରିଥିଲେ l କବିପୁତ୍ର ଉମାକାନ୍ତ ବିଶିଙ୍କ ତତ୍ୱାବଧାନ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିବା ବେଳେ ଅନ୍ଯମାନଙ୍କ ମଧ୍ଯରେ ବିପିନ ବିଶି, ଯଶୋବନ୍ତ ପଣ୍ତା, ରାଜକପୁର ବାରିକ, ଚଂଦ୍ରଧ୍ୱଜ ବୈଠାରୁ, ସିଦ୍ଧାର୍ଥ ବିଶି, ଶିବପ୍ରସାଦ ମେହେର, ଶିରିଶଙ୍କର ବାରିକ, ବଂଶୀଧର ଜଗତ, ଗୌତମ ମେହେର, ମୋହନ ଚରଣ ଦାଶ, ପ୍ରେମାନନ୍ଦ ମେହେର ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଡ.ସୁଶାନ୍ତ କୁମାର ବିଶି ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post