ନୂଆପଡା ଜିଲ୍ଲା ଖଡିଆଳ ଗାନ୍ଦୀନଗର ଝିଅ ସ୍ବିକୃତୀ କୁମାରୀ ଦିର୍ଘ ୫ ବର୍ଷ ର ପରିଶ୍ରମ ପରେ ଛତିସଗଡ ସରକାର ତାଙ୍କୁ ଡେଣ୍ଟାଲ ଡାକ୍ତର ଭାବରେ ଡିଗ୍ରି ଉପାଧି ପ୍ରଦାନ କରିଛନ୍ତି,ସ୍ବୀକୃତି କୁମାରୀ ହେଉଛନ୍ତି ନିଉଜ ୧୮ ଓଡିଆ ର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଟ ସାମ୍ବାଦିକ ବିଜୟ କୁମାର ସହିସ ଙ୍କ ବଡ ଝିଅ,ଖଡିଆଳ ପବ୍ଲିକ ସ୍କୁଲ ରେ ପ୍ରଥମ ରୁ ଦଶମ ଶ୍ରେଣୀ ରେ ଶିକ୍ଷା ଗ୍ରହଣପରେ ଯୁକ୍ତ ଦୁଇ ବିଜ୍ଞାନ ବିସାଖାପାଟଣା ଆନ୍ଦ୍ରପ୍ରଦେଶ ର ଶ୍ରୀଚୈତନ୍ୟ ମହାବିଦ୍ୟାଳୟ ରେ ପାସ କରିଥିଲେ,ଏହାପରେ ସର୍ବଭାରତୀୟ ନିଟ ପରିକ୍ଷା ରେ ଗତ ୨୦୧୬ -୧୭ ମସିହା ରେ ଉଚ୍ଚ ରେଙ୍କ ରଖି ଉନ୍ନିତ ହୋଇଥିଲେ ,ଏହାପରେ ଛତିସଗଡ ରାଜ୍ୟ ଦୁର୍ଗ ଜିଲ୍ଲା ର ମୈତ୍ରି କଲେଜ ଏଣ୍ଡ ଡେଣ୍ଟାଲ ରିସର୍ଚ ସେଣ୍ଟର ରେ ପାଚଂ ବର୍ଷ ଅହରହ ପରିଶ୍ରମ କରି ମେଡିକାଲ ଡେଣ୍ଟାଲ ଶିକ୍ଷା ରେ ପାଠ ପଢିବା ପରେ ଡିଗ୍ରି ପାସ କରିଥିଲେ,ଗତକାଲି ଦୁର୍ଗ ଡେଣ୍ଟାଲ କଲେଜ ଏଣ୍ଟ ରିସର୍ଚ ସେଣ୍ଟର ପରିସର ରେ ଏକ ନିରାଡମ୍ବର ଉତ୍ସବ ରେ ଛତିସଗଡ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ମେମୋରିୟାଲ ହେଲଥ ସାଇସଂ ଏବଂ ଆୟୁସ ୟୁନିଭରସିଟି ମେଡିକାଲ ବୋର୍ଡ ତରଫ ରୁ ତାଙ୍କୁ ଡିଗ୍ରି ଉପାଧି ଭୁସଣ କରି ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା, ଏହି ଅବସର ରେ ଛତିସହଡ ସରକାର ତଥା ମେଡିକାଲ ବୋର୍ଡ ର ବହୁ ମାନ୍ୟଗଣ୍ୟ ଅତିଥି ମାନେ ଉପସ୍ଥିତ ରହି ସ୍ବୀକୃତି କୁ ସମ୍ମାନୀତ କରାଯାଇଥିଲା,ଏହି ଅବସର ରେ ତାଙ୍କ ପରିବାର ଲୋକ ତଥା ବନ୍ଧୁ ବାନ୍ଦବ ସଂପର୍କିୟ ଲୋକମାନେ ବହୁ ସଂଖ୍ୟା ରେ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ ଓ ଶୁଭଶ୍ରିବାର୍ଦ ଜଣାଇଥିଲେ।ସ୍ବୀକୃତି ଙ୍କ ଡିଗ୍ରୀ ଉପାଧି ଖୁସି ଖବର ଜାଣିବା ପରେ ନୂଆପଡା ଜିଲ୍ଲା ଭୁବନେଶ୍ବର ତଥା ଛତିସଗଡ ଓ ଆନ୍ଦ୍ରପ୍ରଦେଶ ର ବିଭିନ୍ନ ଶିକ୍ଷାନୁଷ୍ଟାନ ତରଫ ରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post