ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ନିଷ୍ଠା ଓ ଲକ୍ଷ୍ୟ

                 ନିଷ୍ଠା ଓ ଲକ୍ଷ୍ୟ

 

ନିଷ୍ଠା ଆଉ ଲକ୍ଷ୍ୟ ଯାଆଁଳା ସ୍ୱରୂପ

          ମୁଦ୍ରାର ଦୁଇଟି ପାଶ

ନିଷ୍ଠା ବିନା ଲକ୍ଷ୍ୟ ହୁଏନି ପ୍ରାପତ

         ଲକ୍ଷ୍ୟଟି ହୁଅଇ ନାଶ ॥

ପଞ୍ଚ ଲକ୍ଷଣର ନିଷ୍ଠା ହୃଦେ ଥିଲେ 

         ଉତ୍ତମ ବିଦ୍ୟାର୍ଥୀ ହୁଏ

ଜ୍ଞାନର ଆଲୋକେ ଉଦ୍ଭାସିତ ହୋଇ

           ସମାଜରେ ପୂଜା ପାଏ ॥

ଖରା ବର୍ଷା ଶୀତ ଖାତର ନକରି

        ଚଷାଭାଇ କାମ କରେ

ତାର ନିଷ୍ଠା କର୍ମେ ଲକ୍ଷ୍ୟ ପ୍ରାପ୍ତି ହୁଏ

       ଅମାର ତାହାର ପୁରେ ॥

ଯୋଗ ଆର।ଧନା ନିର୍ବାଣ ନିମନ୍ତେ

        ମୁନି ଯୋଗୀ ସନ୍ଥ ସାଧୁ

ନିଷ୍ଠାରେ ସାଧନା ଜାରି ରଖିବାରୁ

          ପାଇଥାନ୍ତି ବିଭୁ ମଧୁ ॥

ଗୃହସ୍ଥ ପାଳିଲେ ସ୍ଵଧର୍ମ ନିଷ୍ଠାରେ

          ସୁଖ ଶାନ୍ତି ପ୍ରାପ୍ତହୁଏ

ନୋହିଲେ ଅଶାନ୍ତି ଅଗ୍ନିର ଜ୍ୱଳନେ

          ଲକ୍ଷ୍ୟଚ୍ୟୁତ ହୋଇଥାଏ ॥

ବାୟା ଚଢ଼େଇଟି ନିଷ୍ଠାର ସହିତ

             ବସା ତାର ଗଢି ଥାଏ

ଯେତେ ଝଡ଼ଝଞ୍ଜା ଆସିଲେ ତାସାଥେ

            ଲକ୍ଷ୍ୟୁ ବିଚ୍ୟୁତ ନ ହୁଏ ॥

ତଟିନୀର ଧର୍ମ ସାଗର ସଙ୍ଗମ

           ଏକ ଲକ୍ଷ୍ୟ ନେଇ ବହେ

ଘାତ ପ୍ରତିଘାତେ ଅତିକ୍ରମି ପଥ

             ଅନେକ କଷଣ ସହେ ॥

ନିଷ୍ଠା ସହଚର ଆନୁଗତ୍ୟ ସେବା

           ପ୍ରେମ ତପ ଆଚରଣ

ସେ ପାଇଁ ସାବିତ୍ରୀ ଲକ୍ଷ୍ୟ ପ୍ରାପ୍ତି ହେଲେ

            ପାଇଲେ ସ୍ୱାମୀଙ୍କ ପ୍ରାଣ ॥

ଏକଲବ୍ୟ ପାର୍ଥ ଆରୁଣି ନଚିଙ୍କ

            ଲକ୍ଷ୍ୟ ପ୍ରାପ୍ତି ନିଷ୍ଠା ପାଇଁ

ପୁରାଣେ ରହିଛି ଅନେକ ବାରତା

           ଆମକୁ ସୂଚାଇ ଥାଇ ॥

ଏଣୁ ହେ ମାନବ ନିଷ୍ଠା ଜାରିରଖ

            ପ୍ରତିଟି କରମ ପାଇଁ

ତେବେ ଯାଇ ଲକ୍ଷ୍ୟ ପ୍ରାପତ ହୋଇବ

         ଜଗତେ ଜିତିବ ଯାଇ ॥

~~~~~~~~~~~~~~~~~~

ରତିନାରାୟଣ ରାଉତ ।
ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା
~~~~~~~~~~~~~~~~~~

Related posts

ବାରମ୍ବାର ଅଭିଯୋଗ ଆସିବା ପରେ ୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ କଲା ହ୍ଵାଟ୍ସଆପ

ରାଧାମୋହନ ପୂଜାହାରୀ ଙ୍କ କବିତା ଶ୍ରୀକୃଷ୍ଣ ଉବାଚ

ଦୁଇ ବାଇକ୍ ମୁହାଁ ମୁହିଁ ,ଜଣେ ମୃତ ,ଦୁଇ ଗୁରୁତର 

Sunil Chandra Nayak

Leave a Comment

error: Content is protected !!