ନବରଙ୍ଗପୁର (ମସିହା)ନବରଙ୍ଗପୁର ଜିଲ୍ଲା ରାଇଘର ପୁଲିସ ପକ୍ଷରୁ ଆଜି ଏକ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି | ଏଥିସହିତ ଏହିି ଚାଲାଣରେ ବ୍ୟବହୃତ ସ୍କୁଟି ଏବଂ ୯ କିଲୋ ଗଞ୍ଜେଇ ଜବତ ହୋଇଛି | ସୂଚନା ଅନୁଯାଇ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଶାନ୍ତିନଗର ଠାରେ ଏକ ସ୍କୁଟି ଚାଳକକୁ ସନ୍ଦେହ କରି ଅଟକାଇ ଯାଞ୍ଚ କରିଥିଲେ | ସ୍କୁଟିର ଡିକୀ ଖୋଲି ଦେଖିବା ବେଳକୁ ସେଥିରେ ଗଞ୍ଜେଇ ପକେଟ ରହିଥିବା ଦେଖିବାକୁ ମିଳିଥିଲା l ପଚରା ଉଚରା କରିବା ପରେ ଯୁବକ ଜଣକ ଉମରକୋଟ ଅଂଚଳର ଦିଲ୍ଲୀପ ଗରଡ଼ା ଏବଂ ସେ ଉମରକୋଟରୁ ଗଞ୍ଜେଇ ନେଇ ଛତିଶଗଡକୁ ଯାଉଥିବା ଜଣାପଡ଼ିଥିଲା l ଏ ନେଇ ରାଇଘର ଥାନାରେ କେଶ ନମ୍ବର ୧୪୩ /୨୦୨୩ ରେ ଏକ ମାମଲା ଋଜ୍ଜୁ କରି ଦିଲ୍ଲୀପ ଗରଡ଼ାକୁ କୋର୍ଟ ଚାଲାଣ କରିଥିବା ସହିତ ସ୍କୁଟି ଗାଡ଼ି ନମ୍ବର ଓଡି ୧୦ ଭି ୬୮୩୦ ସହିତ ୯ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ତଦନ୍ତ ଦାୟିତ୍ୱରେ ଥିବା ଉପ ନିରୀକ୍ଷୀକା ମେନକା ସା ପ୍ରକାଶ କରିଛନ୍ତି l