ସ୍କ୍ରାବ୍ ଟାଇଫସ କୀଟ ଜନିତ ଡିଆଁ ରୋଗ ନିରାକରଣ ନିମନ୍ତେ ସଚେତନତା ସହ ସ୍ମାରକ ପତ୍ର ପ୍ରଦାନ କଲେ ଜିଲ୍ଲା କଂଗ୍ରେସ ଦଳ
ନବରଙ୍ଗପୁର ତା ୧୫.୦୯.୨୩(ମସିହା) ବର୍ତ୍ତମାନ ରାଜ୍ୟ ରେ ବହୁ ଜିଲ୍ଲା ରେ ସ୍କ୍ରାବ୍ ଟାଇଫସ କୀଟ ଜନିତ ଡିଆଁ ରୋଗ ବ୍ୟାପିବା ଦେଖାଦେଇଛି।ଏହି ପୋକ କାମୁଡିବା ଦ୍ବାରା ଲୋକ ରୋଗଗ୍ରସ୍ତ ହେବା ସହ କିଛି ସ୍ଥାନ ରେ ମୃତ୍ୟୁ ମୁଖରେ ପଡ଼ିବାର ନଜିର ଦେଖା ଦେଇଛି।ଏହାର ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ।କିଛି ଡକ୍ଟର ଙ୍କ କହିବା ପ୍ରକାରେ ସ୍କ୍ରାବ୍ ଟାଇଫସ କୀଟ ମଣିଷ କୁ କାମୁଡିବା ପରେ ଜ୍ଵର ହେବା ସହ ହାତ,ଗୋଡ,ମୁଣ୍ଡ ଓ ଆଣ୍ଠୁ ଗଣ୍ଠି ଭୀଷଣ ପରିମାଣ ରେ ବ୍ୟଥା ହୋଇଥାଏ।ଏହି କୀଟ ମଣିଷ ର ଯେଉଁ ସ୍ଥାନ କୋମଳ ଥାଏ ସେହି ସ୍ଥାନ ରେ କାମୁଡି ଥାଏ।ବର୍ତ୍ତମାନ କିଛି ବିଶେଷ ସୂତ୍ର ରୁ ଜାଣି ବାକୁ ମିଳିଛି କି ନବରଙ୍ଗପୁର ଠାରେ କିଛି ଦିନ ପୂର୍ବେ ଏହି ରୋଗ ଚିହ୍ନଟ ହୋଇଥିଲା।ପରବର୍ତ୍ତୀ ସମୟ ରେ କିଛି ସଂକେତ ପାଇ ପ୍ରାୟ ୧୬୦ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରିବା ରୁ ୧୧ ଗୋଟି ରୋଗୀ ସେହି ଲକ୍ଷଣ ଥିବା ଚିହ୍ନଟ ହେବା ଜଣାଯାଏ।ଏହି କୀଟ କୁ ସମୂଳେ ନଷ୍ଟ କରିବା ନିମନ୍ତେ ଆଜି ଜିଲ୍ଲା କଂଗ୍ରେସ ଦଳ ତରଫରୁ ଜିଲ୍ଲା ସଭାପତି ଶ୍ରୀ ମୁନା ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଏକ ଟିମ୍ ଜିଲ୍ଲାପାଳ ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ସହ ଯଥାଶୀଘ୍ର ଜିଲ୍ଲା ର କୋଣ ଅନୁକୋଣ ରେ ଲୋକଙ୍କୁ ସଚେତନତା ର ବାର୍ତ୍ତା ପହଞ୍ଚାଇବାକୁ ଆଲୋଚନା ସହ ଅନୁରୋଧ କରିଥିଲେ।ନବରଙ୍ଗପୁର ଓ ଉମରକୋଟ ପୌର ପରିଷଦ ମଧ୍ୟ ରେ ଯଥେଷ୍ଟ ପରିମାଣ ରେ କୀଟ ନାଶକ ସିଞ୍ଚନ କରିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେବା ନିମନ୍ତେ ମଧ୍ୟ କହିଥିଲେ।ଉପସ୍ଥିତ ଥିବା କମିଟି ସଦସ୍ୟ ଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନା ତ୍ରିପାଠୀ,ବ୍ଲକ ସଭାପତି ଶ୍ରୀ ଅବଦୁଲ ଫିରୋଜ୍,ନଗର ସଭାପତି ପ୍ରଦୀପ ସାହୁ, ଅଗ୍ନିପୂର୍ ପଞ୍ଚାୟତ ସରପଞ୍ଚ ଶ୍ରୀ ଦିବାକର ପୂଜାରୀ,ବରିଷ୍ଠ ଆଦିବାସୀ ନେତା ଶ୍ରୀ କୁସିଆଁ ମାଝୀ, ପ୍ରଭାତ ସାମନ୍ତରାୟ,ମଣ୍ଡଳ କଂଗ୍ରେସ ସଭାପତି ଶ୍ରୀ ନବ ଜୀବନ ମନ୍ଦାର,ଦେବକାନ୍ତ ପଣ୍ଡା,ନବରଙ୍ଗପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ସୁରଜ୍ ଲାଲ ପ୍ରମୁଖ ଙ୍କ ସହ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।