ଖଇରା ବ୍ଲକ ଓଷ୍ଟା ସଂଘର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ
ବାଲେଶ୍ଵର,୨୪/୯/୨୩ – ଗତକାଲି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓଷ୍ଟା ସଂଘର ସାମ୍ବିଧାନିକ ସମ୍ମିଳନୀ କୁପାରି ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଷ୍ଟା ଜିଲ୍ଲା ସଭାପତି ମନୋରଞ୍ଜନ ଦାସ, ସମ୍ପାଦକ ବିଜୟ କୁମାର ପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ରାଜେନ୍ଦୁ ବିକାଶ ପାତ୍ର, ଜିଲ୍ଲା ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ବିନ୍ଧାଣୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ପଣ୍ଡା, ନିରଞ୍ଜନ ଦାଶ ଓ ମାନସ କୁମାର ସ୍ବାଇଁ, ଜିଲ୍ଲା ଯୁଗ୍ମ ସମ୍ପାଦକ ପ୍ରମୋଦ କୁମାର ସାହୁ ପ୍ରମୁଖ ବରିଷ୍ଠ ନେତୃବର୍ଗଙ୍କ ଉପସ୍ଥିତିରେ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିଲା । ଏହି ନିର୍ବାଚନୀ ପ୍ରକ୍ରିୟାକୁ ପୂର୍ଣ୍ଣ ସହଯୋଗ କରିଥିଲେ କୁପାରି ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷିକା, ଶିକ୍ଷା କର୍ମଚାରୀ ଏବଂ ପଳାସପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପଣ୍ଡା, ଚଣ୍ଡୀମାତା ଉଚ୍ଚ ବିଦ୍ଯାପୀଠ ବରଦାର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପୁହାଣ, ମଙ୍ଗଳପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ଖଇରା ବ୍ଲକର ସମସ୍ତ ଶିକ୍ଷକ, ଶିକ୍ଷିକା, ଶିକ୍ଷାକର୍ମଚାରୀ ଓ ଶିକ୍ଷାବିତ୍ ସମୁହ । ଏହି ନିର୍ବାଚନ ପ୍ରକ୍ରିୟାରେ ବିଜୟଲାଭ କରିଥିବା ପ୍ରତିନିଧିମାନେ ହେଲେ ଯଥା- ସଭାପତି ବ୍ରହ୍ମାନନ୍ଦ ସାହୁ, ସାରୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ, ସାରୁଗାଁ, ଉପସଭାପତି ଭରତ ସାହୁ, ପୂର୍ବପଡା ଉଚ୍ଚ ବିଦ୍ୟାଳୟ, ପୂର୍ବପଡା, ଉପସଭାପତି ପାର୍ବତୀ ମହାନ୍ତି, ନୂଆଗାଁବଡ଼ ବାଳିକା ବିଦ୍ୟାଳୟ, ନୂଆଗାଁବଡ଼, ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ର, ନଛିପୁର ଉଚ୍ଚ ବିଦ୍ୟାଳୟ, ନଛିପୁର, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ହୋତା, ସାରକୋଣା ଉଚ୍ଚ ବିଦ୍ୟାଳୟ, ସାରକୋଣା ଓ ଶୁକଦେବ ମହାଳିକ, ନହଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ, ନହଙ୍ଗ, ଯୁଗ୍ମ ସମ୍ପାଦିକା ସୁକାନ୍ତି ପଣ୍ଡା, ମଙ୍ଗଳପଡା ଉଚ୍ଚ ବିଦ୍ୟାଳୟ, ମଙ୍ଗଳପଡା । ଶେଷରେ ନବ ନିର୍ବାଚିତ ବନ୍ଧୁ ମାନଙ୍କୁ ଖଇରା ଓଷ୍ଟାର କର୍ମକର୍ତ୍ତାଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷିକା, ଶିକ୍ଷାକର୍ମଚାରୀ ଓ ଶିକ୍ଷାବିତ୍ ମାନଙ୍କ ତରଫରୁ ଅଶେଷ ଅଶେଷ ଶୁଭେଚ୍ଛା, ଧନ୍ୟବାଦ ଓ କ୍ରାନ୍ତିକାରୀ ଅଭିନନ୍ଦନ ଜଣାଇ ଓଷ୍ଟା ଜିନ୍ଦାବାଦ୍ ଓ ଶିକ୍ଷକ ଏକତା ଜିନ୍ଦାବାଦ୍ ସ୍ଲୋଗାନ ଦେଇଥିଲେ ।।