୧୨ ବର୍ଷ ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ଅତିରିକ୍ତ ଡାକ ସେବକ
ଜୁନାଗଡ଼୨୯/୯(ନି.ପ୍ର), ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମହିଚଲା ଶାଖା ଭାରତୀୟ ଡାକ ବିଭାଗ ରେ ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ଭାଗ୍ୟବନ୍ତ ନାଏକ ଅତିରିକ୍ତ ଡାକ ସେବକ ଭାବରେ କାର୍ଯ୍ୟରତ ଥିଲେ, ହେଲେ ୨୦୦୯ ମସିହାରେ ୩ ଲକ୍ଷ ୨୦ ହଜାର ୬୫୦ ଟଙ୍କା ୬୫ ପଇସା (୩୨୦୬୫୦.୬୫) ହେରଫେର ତଥା ଆତ୍ମସାତ ଅଭିଯୋଗରେ ଛନ୍ଦି ହୋଇଥିଲେ। ବିଭାଗ ପକ୍ଷରୁ ତାଙ୍କ ନାମରେ ଜୁନାଗଡ଼ ଥାନାରେ ଆଇ ପି ସି ଧାରା ୪୦୯ ରେ ମାମଲା ରୁଜୁ ହେବା ପରେ କୋର୍ଟ ଚାଲାଣ ହୋଇଥିଲେ, ଏବଂ ତାଙ୍କ ଚାକିରି ମଧ୍ୟ ହରାଇ ଥିଲେ। ଆଜି ଜୁନାଗଡ଼ ଜେ. ଏମ୍. ଏଫ୍. ସି କୋର୍ଟ ମୁଖ୍ୟ ବିଚାରପତି ସିଓନା ସିଦ୍ଧାର୍ଥ ମହାରଣା ମାମଲା ଶୁଣାଣି କରି ତାଙ୍କ ଚୁଡାନ୍ତ ରାୟ ଶୁଣାଇଛନ୍ତି। ତାଙ୍କ ବିରୋଧରେ ପ୍ରମାଣ ଅଭାବରୁ ତାଙ୍କୁ କୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଏହି ରାୟ ଆସିବା ପରେ ଶ୍ରୀ ନାଏକ ଆଇନ ବ୍ୟବସ୍ତା ଓ ମାନ୍ୟବର କୋର୍ଟ ଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଙ୍କ ପକ୍ଷରୁ ବରିଷ୍ଠ ଆଇନଜିବୀ ଜୟଦେବ ସୁନାନି ମାମଲା ଲଢ଼ୁଥିଲେ, ନିଜ ମହକିଲ ଙ୍କ ସପକ୍ଷ୍ୟରେ ରାୟ ଆସିବା ରୁ ସେ ମଧ୍ୟ ଆଇନ ବ୍ୟବସ୍ତା ଓ ମାନ୍ୟବର କୋର୍ଟ ଙ୍କୁ ସମ୍ମାନ ଜଣାଉଛି ବୋଲି ମତ ପ୍ରକାଶ କରିଥଲେ ।