ପ୍ରଫେଟ ମହମ୍ମଦ ଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ ଶୋଭାଯାତ୍ରା
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସୁନ୍ନି ବରେଲବୀ ଜାମା ମସଜିଦ ଦ୍ବାରା ଆୟୋଜିତ ମୁସଲିମ ସମ୍ପ୍ରଦାୟ , ତାଙ୍କ ଅନ୍ତିମ ଧର୍ମ ଦୂତ ପ୍ରଫେଟ ମହମ୍ମଦ ଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ମସଜିଦ ପରିସର ରୁ ବାହାରି ସହର ପରିକ୍ରମା ଜୁନାଗଡ଼ ପୁଲିସ ପ୍ରଶାସନ ର ନିଗରାନୀ ରେ କରିଥିଲେ। ଶୋଭାଯାତ୍ରା ରେ ହର୍ଷୋଲ୍ଲାସ ସହିତ ଇସଲାମିକ ଝଣ୍ଡା ଉଡ଼ାଇ ପ୍ରଫେଟ ମହମ୍ମଦ ଙ୍କ ଗୁଣଗାନ ତଥା ମହମ୍ମଦଙ୍କ ଉପଦେଶ, ତଥା ପ୍ରେମ,ଦୟା,କରୁଣା ଓ ସଦଭାବନା ରେ ସନ୍ଦେଶ ଉଜାଗର କରିଥିଲେ।ସହରର ଏକାଧିକ ମୂଖ୍ୟ ସ୍ଥାନରେ ମିଷ୍ଟାନ୍ନ ବଣ୍ଟନ,ଶରଵତ, ପ୍ରସାଦ ସେବନ, ତଥା ଅନ୍ୟାନ୍ୟ ସମ୍ପ୍ରଦାୟ ର ଜନତାଙ୍କ ସହ ଆଲିଙ୍ଗନ କରି ଭାଇଚାରାର ସନ୍ଦେଶ ଦେଖିବାକୁ ମିଳିଥିଲା।ଶେଷରେ ମସଜିଦ ପ୍ରାଙ୍ଗଣରେ ଇସଲାମିକ ଧ୍ଵଜ ଉଡାଇଥିଲେ ଏବଂ ପ୍ରସାଦ ସେବନ /ମଧ୍ୟାହ୍ନଭୋଜନ ର ବ୍ୟବସ୍ଥା କରାଯାଇଥିଲା।
ଏଇ ଉତ୍ସବରେ ଧର୍ମଗଡ଼ ର ସୁନ୍ନି ମୁସଲିମ ଜମାତ ,ମୀନଗୁର ଓ କଲମପୁର ର ମୁସଲିମ ଭାଇ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।।
ଜୁନାଗଡ଼ ପୁଲିସ ପ୍ରଶାସନର ସହଯୋଗ ପାଇଁ ଜମାତର ସଭାପତି ମହମ୍ମଦ ଦାଉଦ୍ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଏଇ ଉତ୍ସବରେ ଜୁନାଗଡ଼ ସହରର ସମସ୍ତ ଅଧିବାସୀ ସହରରେ ଶାନ୍ତି ଶୃଙ୍ଖଳା ଓ ଭାଈଚାରା ସୁନିଶ୍ଚିତ କରିଥିବାରୁ ସହରବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି।