କାରଖାନାରେ ଦୁର୍ଘଟଣା ଘଟି ଯୁବକ ମୃତ, ପ୍ଲାଣ୍ଟ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେଉଥିବା ଅଭିଯୋଗ
କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳ ଏବେ ରକ୍ତମୁଖା ପାଲଟିଛି, ଦୈନନ୍ଦିନ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେବାର ନଜିର ରହିଛି, ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବସନ୍ତ ପୁର ପଞ୍ଚାୟତ ରେ ଥିବା ପୂର୍ବତନ ପ୍ରୋ ମିନେରାଲ ବର୍ତ୍ତମାନ ର ଆଦିତ୍ୟ ବିର୍ଲା କମ୍ପାନୀ ର ପ୍ଲାଣ୍ଟ ଭିତରେ ବେପରୁଆ ଲୋଡର ମେସିନ ଚାଳନା ଯୋଗୁଁ ସ୍ଥାନୀୟ ରୁଗୁଡି ସାହିର ଭିବିଷଣ ମହାକୁଡ଼ ଙ୍କୁ ଲୋଡର ଚକା ରେ ଚାପି ଦେବାରୁ ଘଟଣା ସ୍ଥଳରେ ହିଁ ଭିବିଷଣ ମହାକୁଡ଼ ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି, ପ୍ରକାଶ ଥାଉକି ସେହି କାରଖାନା କମ୍ପାନୀ ରେ ଆଗରୁ ମଧ୍ୟ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହୋଇଥିବା ନଜିର ରହିଛି, ଆଜି ସ୍ଥାନୀୟ ଯୁବକ ହୋଇଥିବା ହେତୁ କମ୍ପାନୀ ର ମୁଖ୍ୟ ଫାଟକ ବନ୍ଦ କରି ଉତେଜନା ସୃଷ୍ଟି କରିଥିବା ଦେଖିବାକୁ ମିଳିଛି, ଆଗରୁ କମ୍ପାନୀ ଅନେକ ଦୁର୍ଘଟଣା କୁ ଚାପି ଦେଇଥିବା ବେଳେ ଆଜି କମ୍ପାନୀ ର ଅସଲି ମୁଖା ଖୋଲି ଦେବା ସହ ଜୋର ଦାର ଆନ୍ଦୋଳନ ଚାଲିଥିବାରୁ ଘଟଣା ସ୍ଥଳରେ ବାମେବାରୀ ପୋଲିସ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି, ତେବେ ଏଭଳି ବିଭତ୍ସ ଦୁର୍ଘଟଣା ଘଟାଇଥିବା କମ୍ପାନୀ କୁ ଭଲକି ପାନେ ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।