ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଦୁଇଟି ପଞ୍ଚାୟତର ଅଙ୍ଗନୱାଡ଼ି କେନ୍ଦ୍ରକୁ ସାମଗ୍ରୀ ବଣ୍ଟନ

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଦୁଇଟି ପଞ୍ଚାୟତର ଅଙ୍ଗନୱାଡ଼ି କେନ୍ଦ୍ରକୁ ସାମଗ୍ରୀ ବଣ୍ଟନ

ବନ୍ଧୁଗାଁ ତା ୨୮/୧୦/୨୩ //  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଲମଣ୍ଡା ଓ କମୁଗଣ୍ଡା ପଞ୍ଚାୟତର କିଛି ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକୁ ପଞ୍ଚାୟତ ତରଫରୁ ସରପଞ୍ଚ ଗୌରୀ ମେଲେକା ଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଓ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା ଦ୍ୱାରା ବଣ୍ଟନ କରାଯାଇଛି। ପଞ୍ଚାୟତର ପି ଇ ଓ ପ୍ରବୀଣ କୁମାର ସାହୁକାର ତତ୍ତ୍ଵାବଧାନରେ ୮୦ ଶିଶୁ ମାନେ ବସିବା ଚୌକି, ଟେବୁଲ, ଲୁହା ଥାକ, ଓ ୬ ଟି ବଡ଼ ଚୌକି ବଣ୍ଟନ କରିଥିବା ବେଳେ କମୁଗଣ୍ଡା ପଞ୍ଚାୟତ ଠାରେ ୪୦ ଟି ଶିଶୁ ବସିବା ଚୌକି, ଟେବୁଲ ସମେତ ୧୨୦ ଟି ଷ୍ଟିଲ ଗ୍ଲାସ ଓ ପ୍ଲେଟ ଗୁଡିକ ବଣ୍ଟନ କରାଯାଇଥିଲା । ଏହା ସହିତ କମୁଗଣ୍ଡା ପଞ୍ଚାୟତ ବଡ଼ମାଥୁର ଗ୍ରାମର ଚଳିତ ବର୍ଷ ପାଇଥିବା ପ୍ରଥାନମନ୍ତ୍ରି ଆବାସ ଗୃହ ନିର୍ମାଣ କରି ସାରିବା ପରେ ନୂତନ ଭାବେ ଗୃହ ପ୍ରବେଶ କରିଥିବା ପିଡିକା ସେନ୍ଦା ଙ୍କ ଘରେ ଉପସ୍ଥିତ ରହି ଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଦିବ୍ୟାଙ୍ଗ ନିମନ୍ତେ ବ୍ଲକ ସ୍ଥରୀୟ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ

masiha

୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର

masiha

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ମକର ମିଳନରେ ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ ସହ ଆଞ୍ଚଳିକ ବିକାସ କୁ ନେଇ ଆଲୋଚନା

Sunil Chandra Nayak

Leave a Comment

error: Content is protected !!