ସିରାଜୁଦ୍ଧିନ ଖଣି ଖୋଲୁଣୁ କଲବଲ କଲାଣି ଖଣି ବାସୀଙ୍କୁ,ଖଣି ବିଭାଗର ନୀରବତାରେ ରାସ୍ତା ଜାମରେ ପିଲେ ସ୍କୁଲ ନଯାଇ ଘରକୁ ଫେରିଲେ
ଯୋଡ଼ା – ବନ୍ଦ ଖଣି ଖୋଲିବାର ଦିନ କେଇଟାରେ ନିକଟ ଖଣିବାସୀଙ୍କୁ କଲବଲ ଆରମ୍ଭ କରିବାରେ ଲାଗିଛି ସିରାଜୁଦ୍ଧିନର ଖଣିଜ ପରିବହନ।ଘଟଣା ଯାହା ସିରାଜୁଦ୍ଧିନ ଖଣି ମାତ୍ର କେଇଟା ବର୍ଷ ଧରି ଖଣିକାର୍ଯ୍ୟ ବନ୍ଦ ରହିଥିବା ବେଳେ ଗତ କେଇଟା ମାସ ହେବ ଖଣି ଖୋଲି ଖଣି କାର୍ଯ୍ୟ ଆରମ୍ଭରୁ ଗରିବ ଖଣିବାସୀଙ୍କୁ ଦହଗଞ୍ଜ କରିବାରେ ଲାଗିଛି।ସୂଚନା ଯୋଗ୍ୟ ମା ଜଗତ ଜନନୀଙ୍କ ଦଶହରା ପାର୍ବଣ ଛୁଟି ଦିନ ସରିବା ପରେ ସୋମବାର ଦିନ ସ୍କୁଲ ଖୋଲା ହୋଇ ଠିକ ପାଠପଢା ଆରମ୍ଭ ହେଉଥିବା ବେଳେ ସିରାଜୁଦ୍ଧିନ ଖଣି କମ୍ପାନୀର ଅମାନୁଷିକତା ଢଙ୍ଗରେ ଖଣିଜ ପରିବହନ ପାଇଁ ଶେଷରେ ପିଲାମାନେ ଜାମରେ ଫସି ସ୍କୁଲ ଯିବା ଦୁର କଥା,ଘଣ୍ଟା ଘଣ୍ଟା ଜାମରେ ଫସି ରହି, ଆଗକୁ ବଢ଼ି ନପାରିବାରୁ ଶେଷରେ ଘରକୁ ଫେରିବାର ଘଟଣା ସମଗ୍ର ଖଣିବାସୀଙ୍କୁ ସ୍ତବ୍ଧ କରିଛି।ଏଭଳି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ଖଣି ବିଭାଗର ନୀରବତା ଓ ପ୍ରାଶାସନିକ ଅଙ୍କୁଶ ଲଗାଇବାର ବିଫଳତା କାରଣରୁ ବାରମ୍ବାର ଏପରି ଘଟଣା ବଡ଼ ବଡ଼ ଖଣି କମ୍ପାନୀମାନ ଘଟାଇବାକୁ ହିମାକତ କରିବାକୁ ଭୟ କରୁନଥିବାର ସାଧାରଣରେ ଆଲୋଚନା ତୀବ୍ର ହୁଏ। ଠିକ ସେହିଭଳି ଦୁଇ ସପ୍ତାହ ତଳେ ବୃହତ ଖଣି କମ୍ପାନୀ ଆର୍ସେଲର ମିତଲ ମଧ୍ୟ ନିଜର ଖଣିଜ ପରିବହନ କ୍ଷେତ୍ରରେ ନୟାଗଡ଼/ କାଳିମାଟି ମଧ୍ୟ ରାସ୍ତାକୁ ଭରପୁର ଜାମ ରହିଥିବାରୁ ସ୍କୁଲ ପିଲାଙ୍କୁ ଧରି ଆସୁଥିବା ଏକ ସ୍କୁଲ ବସ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମର ଦୃଶ୍ୟ ଦେଖିବାକୁ ମିଳିଥିଲା।ତେବେ ବାମେବାରୀ ନିକଟରେ ଥିବା ସ୍ୱରଶ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାଳୟକୁ ପାଠ ପଢିବା ନିମନ୍ତେ ବଡ଼କାଳିମାଟି, ଦୁବୁନା ,ନୟାଗଡ,ପୁରୁଣାଡିହି,ଖଜୁରୀଡିହି,ଜାମୁପାଣି ଗ୍ରାମ ଗୁଡ଼ିକରୁ ପିଲେ ଏକ ସ୍କୁଲ ବସ ଯୋଗେ ବାହାରି ଆସିବା ସମୟରେ ରାସ୍ତାଜାମ ବିରାଟ ସମସ୍ୟା ଖଣି ଅଞ୍ଚଳର ଆଗାମୀ ପିଢ଼ିଙ୍କ ଭବିଶ୍ୱତ ଉପରେ ଚଡ଼କ ପକାଉଛି।ତେବେ ଆର୍ସେଲର ମିତଲ ପ୍ଲାଣ୍ଟକୁ ଆସୁଥିବା ପ୍ରତିଦିନ ଖଣିଜ ପଦାର୍ଥର ପରିବହନରେ ରାସ୍ତାର ଉଭୟ ଲମ୍ବା ଜାମରେ ଖଣିବାସୀଙ୍କ ଜୀବନ ଜୀବିକା ତଥା ଭବିଶ୍ଵତ ଉଜୁଡ଼ିବାରେ ଲାଗିଥିବାରୁ ଖଣି ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖା ଦେବା ଆରମ୍ଭ ହୋଇଛି।