ସୀମାରେ ଯାନ ବାହାନ ଯାଞ୍ଚ କଡା କଡି
ଡାବୁଗାଁ, 4/21 ( ମ. ନି. ସ. )- ଛତିଶଗଡ଼ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଶନିବାର ଡାବୁଗାଁ ଥାନା ଅଧୀନ ଛତିଶଗଡ ଓ ଓଡିଶା ସୀମାରେ ଯାନ ବାହାନ ଯାଞ୍ଚ କଡା କଡି କରାଯାଇଛି | ଡାବୁଗାଁ ଥାନା ସିଂସାରି ଫାଣ୍ଡି ପୋନାର ଓ ତୋରଙ୍ଗା ଠାରେ ଯାନ ବାହାନ ଯାଞ୍ଚ କରାଯାଇଛି | ଛତିଶଗଡ ରୁ ଓଡିଶା କୁ ଆସୁଥିବା ଓ ଓଡିଶା ରୁ ଛତିଶଗଡ ଯାଉଥିବା ଯାନ ବାହାନ ର କଡା କଡି ଯାଞ୍ଚ କରାଯାଇଥିଲା | ସୂଚନା ମୁତାବକ ଚଳିତ ମାସ 7 ତାରିଖରେ ଛତିଶଗଡ ର ବିଧାନସଭା ନିର୍ବାଚନ ରହିଛି | ଏଥିରେ ସିଂସାରୀ ଫାଣ୍ଡି ଅଧିକାରୀ ଶିଶିର କାନ୍ତ ଘୋଷ ଙ୍କ ସମେତ ପୋଲିସ କର୍ମଚାରୀ ମାନେ ଯାଞ୍ଚ ପ୍ରକ୍ରିୟା ରେ ସାମିଲ ଥିଲେ l