108 ବୋଟ ଆମ୍ବୁଲାନ୍ସ କୁ ବ୍ୟକ୍ତିଗତ କାର୍ଯ୍ୟ ରେ ଲଗାଉଛନ୍ତି ପଞ୍ଚାୟତ ପ୍ରତିନିଧି
ତେନ୍ତୁଳିଖୁଣ୍ଟି ୧୦/୧୧/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୋଡ଼ାଗଡ଼ ବନ୍ଧ ଘାଟରେ 108 ବୋଟ ଆମ୍ବୁଲାନ୍ସ ରହେ । ଜଳବନ୍ଦୀ ଅଞ୍ଚଳ ର ରୋଗୀ,ଗର୍ଭବତୀ ଙ୍କ ପାଇଁ ଏହି 108 ବୋଟ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଏହି ଆମ୍ବୁଲାନ୍ସ ଦ୍ୱାରା ଜଳବନ୍ଦୀ ଅଞ୍ଚଳବାସୀ ବହୁମାତ୍ରାରେ ଉପକୃତ ହେଉଛନ୍ତି। କିନ୍ତୁ ଦେଖାଯାଉଛି କିଛି ବ୍ୟକ୍ତି ଜଳବନ୍ଦୀ ଅଞ୍ଚଳ କୁ କୌଣସି କାର୍ଯ୍ୟ ରେ ଯାଇଥିଲେ ଫେରିବା ପାଇଁ 108 ବୋଟ ଆମ୍ବୁଲାନ୍ସ କୁ ବ୍ୟବହାର କରୁଛନ୍ତି। ଆଜି ଥୁଆ ମୂଳ ରାମପୁର ବ୍ଲକ ଏନ ପୋଡାପଦର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଅକ୍ଷୟ ହରିଜନ 108 କୁ ଫୋନ କରି ପୋଡା ପଦର ଗ୍ରାମ ପଂଚାୟତ ର ତଳ ଟେମେରା ଗ୍ରାମର କମଳ ଲୋଚନ ହରିଜନ ଙ୍କ ପେଟ ବ୍ୟଥା ତୀବ୍ର ହେଉଛି ତାଙ୍କୁ ଚିକିତ୍ସା ପାଇଁ ନେବାର ଅଛି କହି ଅପରାହ୍ନ ଗୋଟାଏ ବେଳେ 108 ବୋଟ ଆମ୍ବୁଲାନ୍ସ କୁ ତଳ ଟେମେରା ଘାଟ ଡାକିଥିଲେ। 108 ଆମ୍ବୁଲାନ୍ସ ଘାଟରେ ପହଂଚିବା ପରେ ଉକ୍ତ ଆମ୍ବୁଲାନ୍ସ ରେ କମଳ ଲୋଚନ ସମିତି ସଭ୍ୟ ଅକ୍ଷୟ ସମେତ 9 ଜଣ ବସି ପ୍ରାୟ ତିନିଟା ବେଳେ ପୋଡ଼ାଗଡ଼ ବନ୍ଧ ଘାଟ କୁ ଆସିଥିଲେ। ଘାଟରେ ପହଁଚିବା ବେଳେ 108ଆାମ୍ବୁଲାନ୍ସ ଘାଟ ନିକଟରେ ଦେଖିବାକୁ ନ ପାଇ ପାଖରେ ଥିବା ଲୋକଙ୍କ ସନ୍ଦେହ ହେଲା। କିଛି ଘଣ୍ଟା ପରେ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ,ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏପରିକି ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନା ସହ ଯୋଗାଯୋଗ କରି ତଳ ଟେମେରା ଗ୍ରାମର କମଳ ଲୋଚନ ବୋଲି କିଏ ଆଉଟ ଡୋର କିମ୍ବା ଇଣ୍ଡୋର ରେ ଆଡ଼ମିଟ ହୋଇଛି କି ବୋଲି ଅନୁସନ୍ଧାନ କରିବାରୁ ସେହି ନାମରେ କେହି ରୋଗୀ ଡାକ୍ତରଖାନା କୁ ଆସିନଥିବା ଜଣା ପଡିଥିଲା। ଖବର ସଂଗ୍ରହ କରିବାରୁ ଜଣା ପଡିଲା ସମିତି ସଭ୍ୟ ଅକ୍ଷୟ ଙ୍କ ପରିବାର କୌଣସି କାର୍ଯ୍ୟରେ ତଳ ଟେମେରା ଯାଇଥିଲେ ।ଫେରିବାକୁ ନିଜର ଉନ୍ନତ ମସ୍ତିଷ୍କ ବ୍ୟବହାର କରି 108 ବୋଟ ଆମ୍ବୁଲାନ୍ସ କୁ ଡାକିିନିଜ ପରିବାର ସଦସ୍ୟ ଙ୍କୁ ବାରିଆଘାଟ ପହଞ୍ଚାଇ ଛନ୍ତି। ଯଦି ଲୋକ ପ୍ରତିନିଧି 108 ବୋଟ ଆମ୍ବୁଲାନ୍ସ ର ବ୍ୟକ୍ତିଗତ ବ୍ୟବହାର ରେ ଲାଗନ୍ତି ଅନ୍ୟ ମାନେ ଏହାକୁ ଅନୁସରଣ କରିଲେ ପ୍ରକୃତ ରୋଗୀ ସେବାରୁ ବଞ୍ଚିତ ହେବା ସମ୍ଭାବନା ରହିଛି। ଏଭଳି କାର୍ଯ୍ୟ କୁ ରୋକିବା ପାଇଁ ଉଚିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି।