ସ୍ୱାମୀର ଠେଙ୍ଗା ପ୍ରହାରରେ ସ୍ତ୍ରୀର ମୃତ୍ୟୁ, ଆସାମୀ ଫେରାର
ବନ୍ଧୁଗାଁ ତା ୯ /୧୧/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ଆଲମଣ୍ଡା ରାମ ପଞ୍ଚାୟତର ହାତୀଗାଡା ଗ୍ରାମର ତୟାମଡା ଠାରେ ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା ଗତ ବୁଧବାର ସକାଳ ଘଣ୍ଟା ୮ ‘୩୦ ମିନିଟ ସମୟରେ ନିଜ କୁଡିଆ ଘରେ ସ୍ବାମୀ ଜଣକ ନିଜ ସ୍ତ୍ରୀଙ୍କୁ ଠେଙ୍ଗାରେ ପ୍ରହାର କରି ଥିବାରୁ ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଯାଇଛି।କୌଣସି ଏକ କାରଣରୁ ହତ୍ୟା କରି ସ୍ୱାମୀ ଫେରାର ହୋଇଥିବା ଜାଣିବାକୁ ମିଳିଛି । ନିଜର ଏକ ମାତ୍ର ଝିଅ କାଡ୍ରାକା ସିନ୍ଦେ ବିବାହିତ ହୋଇଥିବା ବେଳେ ସେ ପାଖରେ ନ ଥିଲେ। ଯାହା ଫଳରେ ମୃତ ମହିଳାଙ୍କ ପୁତୁରା ଶ୍ରୀ କଲେକା ଭୂତାନା ଗାଁ ର କିଛି ଭଦ୍ର ବ୍ୟକ୍ତି ମାନଙ୍କ ସହିତ ଆସି ବନ୍ଧୁଗାଁ ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ଘଟାଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଥିଲେ।ପ୍ରାପ୍ତ ସୂଚନା ଅନୁଯାଇ ସ୍ବାମୀ ଶୀତେୟା କଲେକା (ପୁ ) ୫୦ କଲେକା ନିଜ ସ୍ତ୍ରୀ ନାର୍ଷି କଲେକା ବୟସ୍କ 45 ଏକ ନିଛାଟିଆ କୁଡ଼ିଆ ଘରେ ରହି ଆସୁଥିଲେ। ବେଳେ ବେଳେ ଦୁଇଜଣ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ରହି ଆସୁଥିଲେ I ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ବାମୀ ସ୍ତ୍ରୀଙ୍କୁ ଠେଙ୍ଗା ରେ ସ୍ତ୍ରୀର ଶରୀରର ବିଭିନ୍ନ ଅଙ୍ଗରେ ବାଡେଇ ଥିବା ଜାଣିବାକୁ ମିଳିଛି। ପୋଲିସ ଥାନାରୁ ଏସ ଆଇ ବିଜୟ ରାଜ ମାଝି କେଶ ହାତକୁ ନେଇ କେଶ ନମ୍ବର ୧୩୦/୨୦୨୩ ରୁଜୁ କରି ଅଧିକ ତଦନ୍ତ କରୁଛନ୍ତି। ସ୍ତ୍ରିଁଙ୍କ ହତ୍ୟା ପରେ ବର୍ତ୍ତମାନ ସ୍ବାମୀ ଫେରାର ଅଛନ୍ତି। ପୋଲିସ୍ ଆଜି ଶବକୁ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଣି ଡାକ୍ତର ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।