୧୦୨ ତମ ଶିକ୍ଷ୍ୟା ଚେତନା ଅଭିଯାନ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୁନାଗଡ ୨୪/୧୧ (ମ ନି ସ) ଜୁନାଗଡ ସ୍ଥିତ ଲଙ୍କେଶ୍ୱରି ସରକାରି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ପକ୍ଷ ରୁ ୧୦୨ ତମ ଶିକ୍ଷ୍ୟା ଚେତନା ଅଭିଯାନ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ତପନ ମାଝୀ, ସମ୍ନାନିତ ଅତିଥି ଭାବେ ଦେବେନ୍ଦ୍ର ବିଶି, ପ୍ରଭାତ ଦାସ, ଉଦ୍ଧବ ସାହୁ, ଅନୁଷ୍ଠାନ ର ଜିଲ୍ଲା ସଂଯୋଜକ ବସନ୍ତ ନାଏକ, ଦଣ୍ଡପାଟ ଯୁବ ସେବା ସଙ୍ଗଠକ ତ୍ରିଲୋକ ସିଂ ଯୋଗ ଦେଇଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ତିଲୋତ୍ତମା ମିଶ୍ର ସଭାପତିତ୍ବ କରିଥିଲେ ଏବଂ ଅନୁଷ୍ଠାନ ସମ୍ପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଲଙ୍କେଶ୍ବରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଶେଷ ରେ ଟିକେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।