ସୋସାଇଟି ଫର ସୋସିଆଲ ସୋଲିଡାରୀଟି ତରଫରୁ ବିଧବା ଅସହାୟ ମହିଳାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ତେନ୍ତୁଳିଖୁଣ୍ଟି ୦୨/୧୨/୨୩ ନବରଙ୍ଗପୁର ର ପୋଡାଲଗୁଡା ସ୍ଥିତ ସୋସାଇଟି ଫୋର ସୋସିଆଲ ସୋଲିଡାରୀଟି ‘ ଅନୁଷ୍ଠାନ ତରଫରୁ ତେନ୍ତୁଳୀଖୁଣ୍ଟି ବ୍ଲକ କଂଗ୍ରା ଗ୍ରାମ ପଞ୍ଚାୟତ କନ୍ଧଗୁଡା ଗ୍ରାମରେ ବିଧବା ଓ ଅସହାୟ ପରିବାର ମାନଙ୍କୁ ଚାଉଳ,ଡାଲି,ସୋୟା ବଡ଼ି, ଚିନି, ଖାଇବା ତେଲ, ଓ ବିସ୍କୁଟ ବଣ୍ଟନ କରାଯାଇଥିଲା l କନ୍ଧଗୁଡା କଂଗ୍ରା, ମାଝୀଗୁଡା ଓ ବଣ୍ଡାହାରିଆଗୁଡା ଗ୍ରାମ ର ବିଧବା ଓ ଅସହାୟ ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ସମ୍ମାନିତ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନୀଳାଦ୍ରି ନାୟକ, ଉପାଧକ୍ଷ ଶ୍ରୀ ରାଜେନ୍ଦ୍ର ବିଷୋୟୀ, ପୂର୍ବତନ ଉପାଧ୍ୟକ୍ଷ ତନ୍ମୟ ନାୟକ, କଂଗ୍ରା ସରପଞ୍ଚ ରୁକ୍ମଣୀ ମାଝୀ, ନାଏବ ସରପଞ୍ଚ ରାମେଶ୍ୱରୀ ଭୋଇ ଅଂଶ ଗ୍ରହଣ କରିଥିଲେ l ଶ୍ରୀ ଗୋଲକ ନାୟକ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଓ SOSS ଅନୁଷ୍ଠାନ ର ନିର୍ବାହୀ ଅଧ୍ୟକ୍ଷ ଏବଂ ଅନୁଷ୍ଠାନ ର ଅନ୍ୟ ସମସ୍ତ ସହକର୍ମୀ ମାନଙ୍କୁ ସ୍ୱାଗତ ଜଣେଇବା ସହ ପରିଚୟ ପ୍ରଦାନ କରିଥିଲେ l ଏହା ପରେ ଅନୁଷ୍ଠାନ ର ନିର୍ବାହୀ ଅଧ୍ୟକ୍ଷ ଏସ ଅଶୋକ କୁମାର ଅତିଥି ଓ ଉପସ୍ଥିତ ଗ୍ରାମ ବାସି ସମସ୍ତଙ୍କୁ ସ୍ୱାଗତ ଜଣେଇବା ସହିତ SOSS ଅନୁଷ୍ଠାନ ର ଲକ୍ଷ୍ୟ ଉଦେଶ୍ୟ ସମ୍ପର୍କ ରେ କହିଥିଲେ l ମୁଖ୍ୟ ଅତିଥି ନବରଙ୍ଗପୁର ବିଧାୟକ SOSS ଅନୁଷ୍ଠାନ ର ଏହି ଭଳି ଜନ ମଙ୍ଗଳ କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଜଣେଇ ଥିଲେ l ପରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଦ୍ୱାରା ବିଧବା ଅସହାୟ ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା l ଏହି ପରି ଚଳିତ ମାସରେ କଂଗ୍ରା ଗ୍ରାମ ର ଭତରା, କଣ୍ଟାମାଲ, ବାସିନୀ, ଓ ପୋଡାଲଗୁଡା ଗ୍ରାମ ରେ ମୁଖ୍ୟତଃ ବିଧବା ମାଁ ମାନଙ୍କୁ ଖାଦ୍ୟ କୀଟ ବଣ୍ଟନ କରାଯାଇଥିଲା l ତେନ୍ତୁଳୀଖୁଣ୍ଟି ବ୍ଲକ ର ପ୍ରାୟ ପାଞ୍ଚ ଶହ ଗରିବ ପରିବାରଙ୍କୁ ଦରୀ ବଣ୍ଟନ କରାଯାଇଥିଲା l ଏହି ଦରୀ ଓ ଖାଦ୍ୟ କୀଟ ବଣ୍ଟନ କାର୍ଯ୍ୟକ୍ରମ ରେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଉପସ୍ଥିତ ଥିଲେ।