ହତ୍ୟା ଉଦ୍ୟମ ମାମଲା: ଅଭିଯୁକ୍ତ କୁ ୩ବର୍ଷ କାରାଦଣ୍ଡ ସହ ୫ହଜାର ଜୋରିମାନା ଦଣ୍ଡ
ଗତ ୨୧/୧୧/୨୦୨୧ ତାରିଖ ରାତ୍ର ୧୧ ଘଣ୍ଟା ସମୟ ରେ ଜୟପାଟଣା ଥାନା ଅନ୍ତର୍ଗତ ଆଦିବାସୀ ପଡ଼ା ରେ ଜଣେ ଯୁବକ ଙ୍କୁ ତଣ୍ଟି କାଟି ହତ୍ୟା ଉଦ୍ୟମ କରି ଥିବା ଅଭିଯୁକ୍ତ କୁ ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ଧର୍ମଗଡ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଦଣ୍ଡ ଆଦେଶ ସୁଣାଇ ଛନ୍ତି ।
ଘଟଣା ରୁ ଜଣା ଯାଏ ଯେ, ଜୟପାଟଣା ଆଦିବାସୀ ପଡ଼ା ର ନକୁଲ ମାଝୀ ରାତ୍ରୀ ରେ ଶୋଇ ଥିବା ସମୟ ରେ ଏକ ଧାରୁଆ ଅସ୍ତ୍ର ରେ ଉକ୍ତ ଗ୍ରାମ ର ମୁନା ମାଝୀ ନାମକ ଜଣେ ବ୍ୟକ୍ତି ଗଳା କାଟି ହତ୍ୟା ଉଦ୍ୟମ କରି ଥିଲା । ନକୁଳ ମାଝୀ ଚିତ୍କାର କରି ବାରୁ ମୁନା ମାଝୀ ଦୌଡ଼ି ପଳେଇ ଯାଇ ଥିଲା । ଏହି ଘଟଣା କୁ ନେଇ ନକୁଳ ମାଝୀ ର ଭାଈ ବହୁ ସରସ୍ବତୀ ମାଝୀ ଜୟପାଟଣା ଥାନା ରେ ଲିଖିତ ଅଭିଯୋଗ କଲା ପରେ ଜୟପାଟଣା ପୁଲିସ କେସ ନଂ:୪୧୪/୨୧ ଧାରା ୩୦୭ ରେ ଅଭିଯୁକ୍ତ ମୁନା ମାଝୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଆଧାର କରି ଗତକାଲି ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଧର୍ମଗଡ ସୁରେଶ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତ ମୁନା ମାଝୀ କୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡ ଆଦେଶ ସୁନାଇଛନ୍ତି । ଏହି ମାମଲା କୁ ସରକାରୀ ଓକିଲ ପୂର୍ଣ୍ଣ ଚନ୍ଦ୍ର ନାଗ ପରିଚାଳନା କରିଥିଲେ।